କୋଣାର୍କରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେଡି

Published By : Prameya-News7 Bureau | September 19, 2018 IST

ପୁରୀ ୧୯/୯ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ କୋଟି କୋଟି ଓଡ଼ିଆଙ୍କୁ କୁଠାରାଘାତ କରିଥିବା ଅଭିଜିତ ଆୟାରଙ୍କୁ ଗିରଫ ଦାବି ଓ ପରିବେଶ ନିୟମ ଉଲଂଘନ କରିଥିବା ବୈଜୟନ୍ତ ପଣ୍ଡାଙ୍କୁ ଗିରଫ ଦାବି କରିବା ସହିତ ସେମାନଙ୍କ କୁଶପୁତ୍ତଳିକା ଦାହ କାଳ ବିଜେଡି | କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଶୋଭାଯାତ୍ରାରେ ଆସି କୋଣାର୍କ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ଯେ ପର୍ଯ୍ୟନ୍ତ ବୈଜୟନ୍ତ ପଣ୍ଡା ଓ ଅଭିଜିତ ଆୟାର ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା ନକରିଛନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ କୋଣାର୍କ ମାଟିରେ ପୁରାଇ ଦିଆଯିବ ନାହିଁ ବୋଲି ବିଧାୟକ ସୁରେନ୍ଦ୍ର ସେଠୀ ଚେତାବନୀ ଦେଇଛନ୍ତି | ସୂଚନା ଥାଉକି ଆୟାର କୋଣାର୍କ ମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ପରେ ପ୍ରତିକ୍ରିୟାଶୀଳ ହୋଇଯାଇଥିଲେ କୋଣାର୍କବାସୀ | [gallery ids="44007"]

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.