ଦାମଙ୍କ ଦୁର୍ନୀତି ବିରେ।ଧୀ ଅଭିଯାନରେ ସାମିଲ ହେଲେ ନାହିଁ ବୈଜୟନ୍ତ

Published By : Prameya-News7 Bureau | October 21, 2018 IST

ଆନ୍ନା ହଜାରେ ହେବେ କହି ଦାମ ରାଉତ ଏବେ ଜାଗା ଜାଗା ବୁଲି ସରକାରଙ୍କ ଦୁର୍ଗୁଣ ଗାଇ ବୁଲୁଛନ୍ତି। ଆଜି ଯାଇଥିଲେ ବାରିପଦା। ଆଉ ଆଜି ବି ଏଠାରେ ବୈଜୟନ୍ତ ପଣ୍ଡାଙ୍କ ସହିତ ମିଳିତ କାର୍ଯ୍ୟକ୍ରମ ଥିଲା। ବ୍ୟାନର ପୋଷ୍ଟର ତ ଏମିତି କିଛି ଥିଲା। କିନ୍ତୁ ବୈଜୟନ୍ତ ଆସିନଥିଲେ। ଏକା ଏକା ଦାମ ହିଁ କେବଳ ସରକାରଙ୍କ ଦୁର୍ନାମ କରିଥିଲେ। ପୂର୍ବରୁ ଏରସମାରେ ବି ଏମିତି ହେଇଥିଲା। ଚର୍ଚ୍ଚା ହେଲାଣି ଦାମଙ୍କୁ ଆଉ ଧରାଛୁଆଁ ଦେଉନାହାନ୍ତି ବୈଜୟନ୍ତ। ଦାମଙ୍କୁ ଧରାଛୁଆଁ ଦେଉନାହାନ୍ତି ବୌଜୟନ୍ତ ପଂଡ଼ା । ଏହି ଦୁଇ ନେତା ବିଜେଡ଼ି ଓ ସରକାର ବିରୋଧରେ ମୁହଁ ଖୋଲି ଦଳରୁ ବିଦା ହେ।ଇଛନ୍ତି । ଚର୍ଚ୍ଚା ହେଉଥିଲା ଏବେ ଦୁହେଁ ମିଶିବେ ଏବଂ ସରକାରକୁ ଓ ବିଜେଡିକୁ ହରଡ଼ଘଣାରେ ପକେଇ ଦେବେ । ଦାମଙ୍କ ବହିଷ୍କାର ପରେ ବୈଜୟନ୍ତ ତାଙ୍କୁ ସଙ୍ଖାଳି ନେଲେ । ପରବର୍ତ୍ତୀ ସମୟରେ ଉଭୟ ଏକ ନୂଆ ଦଳ ଗଠନ କରିବା କଥା ଦାମ ଘେ।ଷଣା କରିଥିଲେ। କିନ୍ତୁ ତାହା ଏଯାଏ ଫଳବତୀ ହେଇନାହିଁ । ଦାମଙ୍କ ଦୁର୍ନୀତି ବିରେ।ଧୀ ଅଭିଯାନରେ ବୈଜୟନ୍ତ ଯେ ସାମିଲ ହେଉନାହାନ୍ତି ତାହା ଧିରେଧିରେ ପଦାକୁ ଆସୁଛି । ବେ।ଧହୁଏ  ଏହି ଦୁଇ ନେତାଙ୍କ ଭିତରେ କିଛି କଥା ଏବେ ବି ଅଛିଣ୍ଡା ରହିଯାଇଛି । ବିଭିନ୍ନ ଜିଲ୍ଲାରେ ହେଉଥିବା କାର୍ଯ୍ୟକ୍ରମରେ ଦାମଙ୍କ ଫଟୋ ସହ ବୈଜୟନ୍ତ ଫଟୋ ଥିଲେ ବି ବୈଜୟନ୍ତ କିନ୍ତୁ ସଭାକୁ ଯାଉନାହାନ୍ତି । ଏରସମା ସଭାରେ ଶୁଣାଯାଉଥିଲା ସମସ୍ତେ ଏକାଠି ହେବେ କିନ୍ତୁ ଗଲେନି ବୈଜୟନ୍ତ । ଆଜି ମୟୁରଭଞ୍ଜରେ ହେ।ଇଥିବା ଦୁର୍ନୀତି ବିରେ।ଧି ଅଭିଯାନ ମଞ୍ଚରେ ଯଜ୍ଞେଶ୍ବର ବାବୁ ସିନା ଗଲେ କିନ୍ତୁ ବୈଜୟନ୍ତଙ୍କ ଅନୁପସ୍ଥିତି ଚର୍ଚାକୁ ଖେ।ରାକ ଯୋଗାଇଛି । ତେବେ ଆଜି ଦାମ, ସରକାରଙ୍କ ବିରୋଧରେ ସିନା ବର୍ଷିଥିଲେ ବୈଜୟନ୍ତଙ୍କ କଥା ଉଠିବା ବେଳକୁ ଚୁପ ରହିଥିଲେ। ଅକ୍ଟେ।ବର ଶେଷ ସୁଦ୍ଧା ନୂଆଦଳ ଗଢାଯିବ ବେ।ଲି ଦାମ ସ୍ପଷ୍ଟ ସଙ୍କେତ ଦେଇଛନ୍ତି । ଯେଉଁଥିରେ ବୈଜୟନ୍ତ ଏକ ଗୁରୁତ୍ବପୂର୍ଣ ଭୂମିକା ନିଭାଇବା କଥା । କିନ୍ତୁ ଦାମଙ୍କ ମଞ୍ଚରେ ବୈଜୟନ୍ତଙ୍କ ଦେଖା ନମିଳିବା ଏକ ଭିନ୍ନ ବାର୍ତା ଦେଉଛି । ବାସ୍ତବରେ ଦାମ ଯେଉଁ ମଞ୍ଚରୁ ସରକାରଙ୍କ ଦୁର୍ନୀତି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରୁଛନ୍ତି ସେହି ମଞ୍ଚରେ କଂଗ୍ରେସ ନେତାଙ୍କ ଯେ।ଗଦାନ ବୈଜୟନ୍ତଙ୍କୁ ଅଲଗା ରହିବାକୁ ବାଧ୍ୟ କରୁଛି ନା ଏହା ପଛରେ ଆଉ କିଛି ରାଜନୀତି ରହିଛି ତାହା କହିବା ମୁସ୍କିଲ୍ । ସେପଟେ କଂଗ୍ରେସ ଦାମଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଛିଡ଼ା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.