ଚିଲିକା ଉପରେ ହେଲିକେପ୍ଟର ଉଡାଣ ପ୍ରସଙ୍ଗ: ଡ଼ିଜିସିଏରେ ହାଜର ହେଲେ ବୈଜୟନ୍ତ ପଣ୍ଡା

Published By : Prameya-News7 Bureau | September 24, 2018 IST

ଭୁବନେଶ୍ୱର ୨୪/୯ : ଚିଲିକା ଏବଂ ଅନ୍ୟ ନୋ ଫ୍ଲାଇଙ୍ଗ ଜୋନରେ ହେଲିକେପ୍ଟର ଉଡାଇବା ଅଭିଯୋଗ ପ୍ରସଙ୍ଗରେ ପୂର୍ବତନ ସାଂସଦ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଡ଼ାଇରେକ୍ଟର ଜେନେରାଲଙ୍କ ପାଖରେ ହାଜର ହୋଇଛନ୍ତି | ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ଚିଲିକା ଉପରେ ଅତି କମ ଉଚ୍ଚରେ ବୈଜୟନ୍ତ ହେଲିକେପ୍ଟର ଉଡାଇବା ଅଭିଯୋଗ ହୋଇଥିଲା | ଏନେଇ ପୁରୀ ଜିଲ୍ଲା ଅରଖକୁଦ ଥାନାରେ ଏତଲା ଦିଆଯାଇଥିଲା | ଘଟଣା ସମ୍ପର୍କରେ ପଚରାଉଚୁରା ପାଇଁ ପୋଲିସ ବୈଜୟନ୍ତ ପଣ୍ଡା ଏବଂ ତାଙ୍କର ଦୁଇ ସାଥିଙ୍କୁ ସମନ କରିଥିଲେ | କିନ୍ତୁ ବୈଜୟନ୍ତ ବା ତାଙ୍କର ସାଥିମାନେ ପୁରୀ ପୋଲିସ ନିକଟରେ ହାଜର ହୋଇନଥିଲେ | ବୈଜୟନ୍ତଙ୍କ ପକ୍ଷରୁ ତାଙ୍କ ମାଲିକାନାରେ ଥିବା ଇମ୍ଫା କମ୍ପାନୀରେ ଥିବା ଅଧିକାରୀମାନେ ପୋଲିସ ନିକଟରେ ହାଜର ହୋଇଥିଲେ | ବୈଜୟନ୍ତ ଚିଲିକା ଉପରେ କେତେ ଉଚ୍ଚରେ ହେଲିକେପ୍ଟର ଉଡ଼ାଇଲେ ତାହା ଜାଣିବା ପାଇଁ ପୁରୀ ପୋଲିସ ବେସାମରିକ ବିମାନ ଚଳାଚଳ ବିଭାଗକୁ ଚିଠି ଲେଖିଥିଲେ | ଏହାରି ଆଧାରରେ ଆଜି ବେସାମରିକ ବିଭାଗରେ ହାଜର ହେବା ପାଇଁ ବୈଜୟନ୍ତଙ୍କୁ ସମନ ଜାରି କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.