ବିଜେଡିରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା

Published By : Prameya-News7 Bureau | May 28, 2018 IST

କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ଇସ୍ତଫା ଦେଇଛନ୍ତି | ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ୩ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି | ସୂଚନାଯୋଗ୍ୟ ଯେ, ଦଳବିରୋଧି କାର୍ଯ୍ୟ ପାଇଁ ବୈଜୟନ୍ତଙ୍କୁ ନିକଟରେ ଦଳରୁ ନିଲମ୍ବିତ କରାଯାଇଥିଲା | ଦୀର୍ଘ ଦିନ ଧରି ନବୀନ ପଟ୍ଟନାୟକଙ୍କ ସହ ବୈଜୟନ୍ତଙ୍କର ଅତି ଘନିଷ୍ଠ ସମ୍ପର୍କ ରହିଥିଲା | ଗତ କିଛି ମାସ ହେଲା ଏହି ସମ୍ପର୍କ ତିକ୍ତ ହୋଇଉଠିଥିଲା | ନିକଟରେ ବୈଜୟନ୍ତଙ୍କ ପିତା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ହୋଇଥିଲା | ସ୍ବର୍ଗତ ପଣ୍ଡା ବିଜୁବାବୁଙ୍କ ଘନିଷ୍ଠ ଥିଲେ ମଧ୍ୟ ତାଙ୍କ ଶେଷ ଦର୍ଶନ ପାଇଁ ନବୀନ ପଟ୍ଟନାୟକ ଯାଇନଥିଲେ | ଏପରିକି ବିଜେଡି ଦଳର କୌଣସି ନେତା ତାଙ୍କ ଶେଷ ଦର୍ଶନ ପାଇଁ ଯାଇନଥିଲେ | ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେବା ପରେ ସମ୍ଭବତଃ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.