ଆସନ୍ତା ୨୪ରେ ବିଜେପିରେ ଯୋଗଦେବେ ବୈଜୟନ୍ତ ପଣ୍ଡା ! କାଲି କରିବେ ଘୋଷଣା

Published By : Prameya-News7 Bureau | December 19, 2018 IST

ଭୁବନେଶ୍ବର ୧୯|୧୨: ଆସନ୍ତା ୨୪ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ବିଜେଡି ଛାଡିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ । ଆସନ୍ତାକାଲି ସେ ଦିଲ୍ଲୀରୁ ଫେରିବା ପରେ ବିଧିବଦ୍ଧ ଭାବେ ଗଣମାଧ୍ୟମକୁ ସୂଚନା ଦେବେ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ଦୁଇ ଦିନ ତଳେ ଉତ୍କଳ ବିପନ୍ନ ସହାୟତା ସମିତି (ୟୁବିଏସଏସ) ଠାରେ ଆରଏସଏସର ମୁଖ୍ୟ ମୋହନ ଭାଗବତଙ୍କୁ ବୈଜୟନ୍ତଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ସାକ୍ଷାତ କରିଥିଲେ । ଏହି ସାକ୍ଷାତବେଳେ ବିଜେପିରେ ବୈଜୟନ୍ତ ଯୋଗଦେବା ପ୍ରସଙ୍ଗରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.