ବିଜେପିରେ ମିଶିଲେ ବୈଜୟନ୍ତ ପଣ୍ଡା

Published By : Prameya-News7 Bureau | March 04, 2019 IST

ନୂଆଦିଲ୍ଲୀ ୪/୩: ଶେଷରେ ପଦ୍ମ ଧରିଲେ ବୈଜୟନ୍ତ ପଣ୍ଡା । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ସାହାଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ବୈଜୟନ୍ତ । ବିଜେଡିରୁ ଇସ୍ତଫା ଦେବାପରେ ଜୟ ପଣ୍ଡା କେଉଁ ଦଳକୁ ଯିବେ ନା ନୂଆଦଳ ଗଠନରେ ପ୍ରମୁଖ ଭୂମିକା ଲିଭାଇବେ ତାକୁ ନେଇ ଅନେକ ଦିନ ଧରି ଚର୍ଚା ଚାଲିଥିଲା । ଏପରିକି ସେ କେତେବେଳେ ବିଜେପିରେ ମିଶୁଛନ୍ତି ତ ଆଉ କେତେବେଳେ କଂଗ୍ରେସରେ ମିଶୁଛନ୍ତି ତାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ଆସୁଥିଲା । ବିଜେଡି – ବିଜେପି ଭିତରେ ଚାଲିଥିବା ଛକାପଞ୍ଛାକୁ ପ୍ଲାଷ୍ଟିକ ବନ୍ଧୁକରୁ ଫାୟାରିଙ୍ଗ ଚାଲିଛି ବୋଲି କିଛିଦିନ ତଳେ ଟୁଇଟ କରିଥିବା ଜୟ ଏବେ ମୋଦିଙ୍କ ନେତୃତ୍ବକୁ ଗ୍ରହଣ କରିଛନ୍ତି ।

{"id":90634,"width":595,"height":327}

ବୈଜୟନ୍ତଙ୍କ ବିଜେପିରେ ମିଶ୍ରଣ ପରେ କିଛି ନୂଆ ସମୀକରଣ ସାମ୍ନାକୁ ଆସିବ ବୋଲି ଆଲୋଚନା ହେଉଛି । କୁହାଯାଉଛି ବୈଜୟନ୍ତ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ବିଜେପି ଆଡକୁ ଟାଣିବେ । ଯେହେତୁ ବିଜେଡିରେ ଥିବାବେଳେ ଅନେକ ବିଧାୟକ ଓ ସାଂସଦ ବୈଜୟନ୍ତଙ୍କ ସହ ଲିଙ୍କରେ ଥିଲେ ସେମାନଙ୍କୁ ବିଜେପି ମୁହାଁ କରିବା ଜୟ ପଣ୍ଡାଙ୍କ ଦାଇତ୍ବ ରହିଛି । ଏହା ସହିତ ରାଜ୍ୟ ସରକାରଙ୍କୁ କିଭଳି ଘେରାଯିବ ସେ ରଣନୀତିର ବି ଅଙ୍ଗ ହେବେ । ତେବେ ବୈଜୟନ୍ତଙ୍କ ବିଜେପିରେ ଯୋଗଦାନକୁ ବିଜେଡି ଓ କଂଗ୍ରେସ ଗୁରୁତ୍ବ ଦେଇ ନାହାଁନ୍ତି ।

{"id":90635,"width":596,"height":328}

ଏବେ ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ ଆଗରୁ ଏଭଳି ବଡ ହଟଚମଟ ଦେଖିବାକୁ ମିଳିବ । କିଛିଦିନ ଭିତରେ ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ବାବୁ ସିଂ ବିଜେଡିକୁ ବାଏବାଏ କରି ବିଜେପିରେ ମିଶିବେ ବୋଲି ଶୁଣାଯାଉଛି । ସେହିଭଳି ବିଜେପି ଛାଡିଥିବା ଦିଲ୍ଲିପ ରାୟ ଏଇ ସପ୍ତାହେ ଭିତରେ ପୁଣି ବିଜେଡିକୁ ଫେରିବେ ବୋଲି ବି ଚର୍ଚା ହେଉଛି । ସେପଟେ ବିଜୟ ମହାପାତ୍ର ବିଜେଡିକୁ ଯିବେ ନାଁ କଂଗ୍ରେସକୁ ଯିବେ ତାକୁ ନେଇ ବି କିଛି କମ୍ ଚର୍ଚା ହେଉନି । ଯାହା ଲାଗୁଛି ଖୁବ୍ ଶିଘ୍ର ଏସବୁ କଥା ଉପରୁ ସସପେନ୍ସ ହଟିବାକୁ ଯାଉଛି ।

wp:quote

Nine months of introspection & widespread consultations w/colleagues & public.
Grateful for support recd from all over.
On auspicious #MahaShivratri I've decided to join @BJP4India & work under the leadership of @narendramodi Ji to serve Odisha & India to the best of my ability?— Baijayant Jay Panda (@PandaJay) March 4, 2019

/wp:quote

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.