ବୈଜୟନ୍ତ ଏବଂ ତାଙ୍କ ବନ୍ଧୁ ଅଭିଜିତ ଆୟାରଙ୍କୁ ଗିରଫ ଦାବୀ କଲେ ବିଜେଡି ବିଧାୟକ, ନରସିଂହ ମିଶ୍ର କଲେ କଡା ସମାଲୋଚନା

Published By : Prameya-News7 Bureau | September 18, 2018 IST

ଭୁବନେଶ୍ବର ୧୮|୯: ବୈଜୟନ୍ତ ପଣ୍ଡାଙ୍କୁ ଗିରଫ କରିବା ପାଇଁ ବିଧାନସଭା ବାହାରେ ବିଜେଡି ବିଧାୟକମାନେ ଦାବୀ କରିଛନ୍ତି । ଆଜି ଗୃହର ପ୍ରଶ୍ନକାଳ ମୁଲତବୀ ହେବାପରେ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଏକାଠି ହୋଇ ନାରାବାଜି କରିଥିଲେ । ପରିବେଶ ଉଲ୍ଲଂଘନକାରୀ ବୈଜନ୍ତଙ୍କୁ ଗିରଫ କରାଯାଉବୋଲି ବିଧାୟକମାନେ ଦାବୀ କରିଥିଲେ । ସେହିଭଳି କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ମଧ୍ୟ ଗଗିରଫ ଦାବୀ କରିଛନ୍ତି ବିଧାୟକମାନେ । ସୂଚନାଯୋଗ୍ୟ ଯେ, ଅଭିଜିତ ଆୟାର ବୈଜୟନ୍ତଙ୍କ ସହ ପୁରୀ ଏବଂ କୋଣାର୍କ ମନ୍ଦିର ଉପରେ ହେଲିକପ୍ଟରରେ ଉଡିଥିଲେ । ତା'ପରେ ଅଭିଜିତ୍ ଆୟାର କୋଣାର୍କ ମନ୍ଦିରରେ ଥିବା ନଗ୍ନ ମୂର୍ତ୍ତିକୁ ହିନ୍ଦୁ ପରଂପରା ବିରୋଧୀ ବୋଲି କହିଥିଲେ । କେବଳ ସେତିକି ନୁହଁ ରାମ ମନ୍ଦିର ନିର୍ମାଣ ବେଳେ ଏଭଳି ମୂର୍ତ୍ତି ରହିବ ନାହିଁ ବୋଲି ଟ୍ୱିଟରରେ ଲେଖିଥିଲେ । ମନ୍ଦିରରେ ନଗ୍ନ ମୂର୍ତ୍ତି ମୁସଲିମ ଚିନ୍ତାଧାରା ବୋଲି ଅଭିଜିତ ଟୁଇଟ୍ କରିଥିଲେ । ଏହାକୁ ବିଜେଡି ଗୃହ ବାହାରେ ବିରୋଧ କରିଥିବା ବେଳେ ଗୃହ ମଧ୍ୟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଉଠାଇଥିଲେ । ସେ କହିଥିଲେ ଯେ, ଜଣେ ଅଣ ଓଡିଆ ପୁରୀ ମନ୍ଦିର ଉପରେ ଉଡି ଜଗନ୍ନାଥଙ୍କ ଉପରେ ଏଭଳି ମନ୍ତବ୍ୟ ଦେବା ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ଦେଇଛି । ସେ ବ୍ୟକ୍ତି ନିମ୍ନମାନର ମନ୍ତବ୍ୟ ଦେଇଛନ୍ତି । କୋଣାର୍କ ମନ୍ଦିରରେ ନଗ୍ନମୂର୍ତ୍ତି ରହିବା ହିନ୍ଦୁ ପରମ୍ପରା ବିରୋଧୀ ବୋଲି ସେ ମନ୍ତବ୍ୟ ଦେବା ସହ ରାମମନ୍ଦିର ତିଆରି ବେଳେ ଏଭଳି ମୂର୍ତ୍ତି ରହିବା ନାହଁ । ଏହା ମୁସଲମାନଙ୍କ ଧାରଣା ବୋଲି ସେ କହିଥିବା ନରସିଂହ ମିଶ୍ର ଗୃହରେ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଏଭଳି ମନ୍ତବ୍ୟ ସାରା ଓଡିଶାବାସୀଙ୍କୁ ମର୍ମାହତ କରିଛି ।ଏଭଳି ଲୋକକୁ କିଏ ଆଣିଲା, ସେ କେମିତି ଆସିଲେ, ଅନୁସନ୍ଧାନର ଆବଶ୍ୟକତା ରହିଛି । ଯାହା ଜଣାପଡୁଛି ତାଙ୍କୁ ବୁଲାଇବାରେ ଜଣେ ବିଶିଷ୍ଟ ରେଜନେତାଙ୍କ ସହଯୋଗ ରହିଛି । ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ନରସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.