ଦାଦାଗିରି ବେଳେ ଚଢ଼ଉ କଲା ପୋଲିସ୍‌, ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ

Published By : Prameya-News7 Bureau | April 02, 2021 IST

ବ୍ରହ୍ମପୁର, ୦୨/୦୪: ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଦ୍ୱାରା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିବା ଜଣାପଡ଼ିଛି । ଅପରାଧୀ ଠାରୁ ଏକ ୯ଏମ୍‌ଏମ୍‌ ପିସ୍ତଲ ସହ ୩ ରାଉଣ୍ଡ୍‌ ଜୀବନ୍ତ ଗୁଳି ଜବତ କରାଯାଇଛି ।

ସୂଚନା ଅନୁସାରେ, ଅପରାଧୀ ଜଣକ ହେଉଛନ୍ତି ଶ୍ରୀରାମ ନଗରର ଆଦର୍ଶ ମାର୍ଗରେ ରହୁଥିବା ମୂଷା ଓରଫ୍ କାଳିଆ ସାହୁ । ସେ ତାର ସାଥୀଙ୍କ ସହିତ ବୁର୍ମା କଲୋନୀରେ ଏକ ପ୍ରପର୍ଟି ମାମଲାରେ ହସ୍ତକ୍ଷେପ କରିବାକୁ ଯାଇଥିବା ବେଳେ ପୋଲିସ୍‌ ଖବର ପାଇ ସେଠାରେ ଚଢ଼ାଉ କରିଥିଲା । ଏହି ସମୟରେ ଅନ୍ୟମାନେ ସେଠାରୁ ଖସି ପଳାଇଯାଇଥିବା ବେଳେ ମୂଷା ପୋଲିସ୍‌ ହାତରେ ଧରା ପଡ଼ିଥିଲା ।

ତେବେ କାଳିଆ ନାମରେ ଗୋସାଣିନୂଆ ଗାଆଁ, ସଦର, ବଡବଜାର ଭଳି ବିଭିନ୍ନ ଥାନାରେ ୫ଟି ମାମଲା ଥିବା ବ୍ରହ୍ମପୁର ଅତିରିକ୍ତ ଏସ୍ ପି ପ୍ରଭାତ ରାଉତ ରାୟ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.