ଜୁନରେ ପରସ୍ପରକୁ ଭେଟିବେ ବାଇଡେନ୍ ଓ ପୁଟିନ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

Published By : Prameya-News7 Bureau | May 26, 2021 IST

ନ୍ୟୁୟର୍କ, ୨୬/୦୫ :  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆସନ୍ତା ଜୁନରେ ଋଷ ରାଷ୍ଟ୍ରପତିଙ୍କୁ ଭେଟିବେ। ବାଇଡେନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।

ବାଇଡେନ୍ ପ୍ରଶାସନର ଆରମ୍ଭରୁ ଆମେରିକା ଓ ଋଷ ମଧ୍ୟରେ ଅନେକ ପ୍ରସଙ୍ଗରେ ବିବାଦ ଦେଖିବାକୁ ମିଳିଛି । ଉଭୟ ନେତା ୟୁକ୍ରେନ ବିବାଦଠୁ ଆରମ୍ଭ କରି ଇସ୍ରାଏଲ-ହମାସ ଯୁଦ୍ଧ  ପ୍ରସଙ୍ଗରେ ପରସ୍ପରକୁ ବିରୋଧ କରିଛନ୍ତି ।

ତେବେ ବାଇଡେନ୍ ଓ ପୁଟିନ ଜେନେଭାରେ ପରସ୍ପର ସହ ଶିଖର ବାର୍ତ୍ତା କରିବେ । ହ୍ୱାଇଟ୍ ହାଉସ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ଉଭୟ ନେତା ଜୁନ ୧୬ରେ ସାକ୍ଷାତ କରିବେ । ହ୍ୱାଇଟ୍ ହାଉସ୍ ପ୍ରବକ୍ତା ଜେନ୍ ସାକି ଏକ ବୟାନରେ କହିଛନ୍ତି ଯେ, ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ଏହାସହ ଆମେରିକା ଋଷ ସହ ସମ୍ପର୍କରେ ସ୍ଥିରତା ଆଣିବାକୁ ଚାହୁଁଥିବା ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.