Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ସମୀକ୍ଷା ବୈଠକ ଶେଷ : ବାହୁଡା ଓ ସୁନାବେଶର ସିଧାପ୍ରସାରଣ କରିବ ଦୂରଦର୍ଶନ, ଲେଜର ସ୍କାନିଂ ଖୋଜିବ ଫାଟ

19/07/2021 at 1:28 PM

ପୁରୀ ୧୯।୦୭: ବାହୁଡାଯାତ୍ରା ପାଇଁ ଶେଷ ହେଲା ସମୀକ୍ଷା ବୈଠକ। ନୀଳାଦ୍ରୀ ଭକ୍ତନିବାସରେ ବସିଥିବା ବୈଠକ ଶଷେ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବସିଥିଲା ବୈଠକ। ବୈଠକରେ ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ସିଡିଏମଓ ଉପସ୍ଥିତ । ପ୍ରାୟ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ ଚାଲିଛି। ଅଧିକାଂଶ କର୍ମଚାରୀଙ୍କ ଟେଷ୍ଟ ସରିଥିବା ବେଳେ ଆଜି ଟେଷ୍ଟିଂ ସରିବ। ସେବାୟତଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ କରାଯାଇଛି। ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ କରାଯିବ, କିନ୍ତୁ ଏହା ଦୂରଦର୍ଶନ କରିବ । ଦୂରଦର୍ଶନ ତରଫରୁ ବାହୁଡା ଓ ସୂନାବେଶ ପାଇଁ କରାଯିବ।

ତେବେ ବାହୁଡାଯାତ୍ରାରେ ରଥଟଣା ସମୟରେ ଅଗ୍ନିଶମ ବିଭାଗ ଦ୍ୱାରା ଜଳସିଞ୍ଚନ ହେବା ସହ ପ୍ରଚୁର ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ସେବକମାନଙ୍କ ସହଯୋଗରେ ଶୃଙ୍ଖଳିତ ନୀତିକାନ୍ତି ସମ୍ପୂର୍ଣ୍ଣ କରାଯାଇଛି । ମଙ୍ଗଳବାର ବାହୁଡା ପହଣ୍ଡି, ଏହାପରେ ସୁନାବେଶ, ଅଧରପଣା, ନିଳାଦ୍ରୀ ବିଜେରେ ଶୃଙ୍ଖଳିତ ନୀତିକାନ୍ତି କରାଯିବ। ସେପଟେ ଆଠଟି ରୂପାଦ୍ୱାରର କାମ କରାଯାଉଛି। ନିଳାଦ୍ରୀ ବିଜେ ମଧ୍ୟରେ ବେହରଣ ଦ୍ୱାରର ରୂପାଛାଉଣି କାର୍ଯ୍ୟ ସରିଥିବା ବେଳେ ଜୟ ବିଜୟ ଦ୍ୱାର, ଭୋଗମଣ୍ଡପ , ସାତପାହାଚ ଦ୍ୱାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ।

ସେହିପରି କଳାହାଟ ଦ୍ୱାର ଯଦି ସମ୍ଭବ ନହେବ, ତେବେ ଆସନ୍ତା ରଥଯାତ୍ରା ସମୟରେ କରାଯିବ । ରୂପା ଛାଉଣି କାର୍ଯ୍ୟ ପରବର୍ତ୍ତୀ ସମୟରେ କରାଯାଇପାରିବ। ଶ୍ରୀମନ୍ଦିରରେ ଏଏସଆଇର ଆଲୋକୀକରଣ କାର୍ଯ୍ୟକୁ ଅନୁମତି ମିଳିଛି। ସେ କାର୍ଯ୍ୟ ରଥଯାତ୍ରା ପରେ ବି କାର୍ଯ୍ୟ ଜାରି ରହିବ। ଲେଜର ସ୍କାନିଂ ଉପରେ ମଧ୍ୟ ଆଲୋଚନା ହୋଇଛି । ଗର୍ଭଗୃହକୁ ଛାଡି ଜଗମୋହନ, ଭୋଗମଣ୍ଡପ, ନାଟମଣ୍ଡପର ଲେଜର ସ୍କାନିଂ ଶେଷ ହୋଇଛି। ବୈଷୟିକ ଓ ବୈଜ୍ଞାନିକ ଅଧ୍ୟୟନ ପରେ କେଉଁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି କି ନାହିଁ, ତାହା ସ୍ପଷ୍ଟ ହେବା ହେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର କହିଛନ୍ତି।

   Related Posts