ବାହୁଡ଼ିବେ ମହାବାହୁ : ଶରଧାବାଲିରେ ୩ ରଥର ହେଲା ଦକ୍ଷିଣ ମୋଡ଼, କୋଭିଡ୍ କଟକଣା ଲାଗି ଏଥର ହେବନି ସଂଧ୍ୟା ଦର୍ଶନ

Published By : Prameya-News7 Bureau | July 18, 2021 IST

ପୁରୀ ୧୮।୦୭: ଏଥର ଶ୍ରୀମନ୍ଦିରକୁ ବାହୁଡ଼ିବେ ଚତୁର୍ଦ୍ଧା ମୂର୍ତ୍ତି । ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଜୁଲାଇ ୨୦ରେ ବାହୁଡାଯାତ୍ରା ଓ ୨୧ରେ ସୁନାବେଶ। ଏହା ପୂର୍ବରୁ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ୩ ରଥର ଦକ୍ଷିଣମୋଡ଼ କରାଯାଇଛି।

ରଥଯାତ୍ରା ଦିନଠାରୁ ଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ବାର ସମ୍ମୁଖରେ ଅଟକି ଥିବା ତିନି ରଥକୁ ଦକ୍ଷିଣମୋଡ଼ କରି ନାକଚଣା ଦ୍ବାର ସାମ୍ନା ଶରଧାବାଲିରେ ବିଜେ କରାଯାଇଛି । ତେବେ କୋଭିଡ କଟକଣା ପାଇଁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଗୁଣ୍ଡିଚା ମନ୍ଦିରରେ ନବମୀ ସଂଧ୍ୟା ଦର୍ଶନରୁ ଭକ୍ତମାନେ ବଞ୍ଚିତ ରହିବେ। ରଥଯାତ୍ରା ଭଳି ବାହୁଡା ଯାତ୍ରା ପୂର୍ବ ଦିନ ସନ୍ଧ୍ୟାରୁ ବାହୁଡା ପରଦିନ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯିବ।

ସେହିପରି ପୁରୀକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥ ସିଲ୍ ହେବ। କେବଳ ଜରୁରୀକାଳୀନ ସେବାକୁ ବାଦ ଦେଲେ ଆଉ କାହାରିକୁ ବଡଦାଣ୍ତକୁ ଛଡ଼ାଯିବ ନାହିଁ। କୌଣସି ବ୍ୟକ୍ତି କର୍ଫ୍ୟୁ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପଟେ ସେବାୟତଙ୍କର RTPCR ଟେଷ୍ଟ ଆରମ୍ଭ ହୋଇଛି । କେବଳ ନେଗେଟିଭ ରିପୋର୍ଟ ଥିଲେ ହିଁ ବାହୁଡା ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.