ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଆଜି ୩ ରଥର ହେବ ଦକ୍ଷିଣ ମୋଡ଼

Published By : Prameya-News7 Bureau | July 17, 2021 IST

ପୁରୀ ୧୭।୦୭: ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଆଜି ତିନିରଥକୁ ଦକ୍ଷିଣ ମୋଡ଼ କରାଯିବାର ବିଧି ରହିଛି । ଗୁଣ୍ଡିଚାମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ହେବ ରଥତ୍ରୟ । ଠାକୁରଙ୍କ ଆଜ୍ଞାମାଳ ଆସିଲା ପରେ ରଥଟଣା ଆରମ୍ଭ ହେବ ।

ପରମ୍ପରା ଅନୁସାରେ ଆଜି ମହାପ୍ରଭୁଙ୍କୁ ଠାକୁରଙ୍କ ବାହୁଡ଼ା ପ୍ରସ୍ତୁତି ନୀତି ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ତିନିରଥକୁ ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଆଜି ରଥକୁ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ବିଜେ ହେବ । ପରେ ତିନିଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣିବେ । ଆଜ୍ଞାମାଳ ଲାଗି ହେବା ପରେ ତିନିରଥରେ ଦଉଡ଼ି ସଂଯୋଗ ହୋଇ ରଥ ଟଣା ଆରମ୍ଭ ହେବ । ପ୍ରଥମେ ଦର୍ପଦଳନ ରଥ ଟଣା ହେବ । ପରେ ତାଳଧ୍ୱଜ ଓ ନନ୍ଦିଘୋଷ ଟଣାଯିବାର ପରମ୍ପରା ରହିଛି। ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ତିନି ରଥ ଦଣ୍ଡାୟମାନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.