Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ତୃତୀୟ ଶ୍ରୀକ୍ଷେତ୍ର ରଥଦାଣ୍ଡରେ ନିଆରା ବାହୁଡା ଯାତ୍ରା, ଦିବ୍ୟାଙ୍ଗ ଟାଣିଲେ ରଥ

20/07/2021 at 9:06 PM

ନୀଳଗିରି ୨୦/୦୭: କୋଭିଡ କଟକଣା ସିନା ରଥଯାତ୍ରା ଧୋଇ ନେଲା ହେଲେ ରଥଦାଣ୍ଡରେ ଗଡ଼ିଲା ରଥ।। ବାଲେଶ୍ଵର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରଥଦାଣ୍ଡରେ ନିଆରା ଢଙ୍ଗରେ ପାଳନ ହୋଇଛି ବାହୁଡା ଯାତ୍ରା। ଏ ହେଉଛି ବାଲେଶ୍ଵର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି। ଦୁଇବର୍ଷ ଧରି କୋଭିଡ ଧୋଇନେଇଛି ରଥଯାତ୍ରା। ହେଲେ ବାହୁଡା ଯାତ୍ରାରେ ଦେଖାଯାଇଛି ନିଆରା ପରିବେଶ।

ଅଁଳାପାଳ ଗ୍ରାମର ରତିକାନ୍ତ ପଢ଼ିଆରୀଙ୍କ ଦିବ୍ୟାଙ୍ଗ ପୁଅ ସାଗର ଏକ କୁନି ରଥ ନିର୍ମାଣ କରି ଆଜି ନୀଳଗିରି ରଥଦାଣ୍ଡରେ ବାହୁଡା ଯାତ୍ରା କରିଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ ସ୍ୱପ୍ନାଦେଶ କରିବା ପରେ ପରଦିନ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଥିଲେ। ନିମ୍ବ କାଠରେ ତିନିଠାକୁରଙ୍କୁ ନିର୍ମାଣ କରିବା ସହ ରଥକୁ ମଧ୍ୟ ଅବିକଳ ନନ୍ଦିଘୋଷ ରଥ ଭଳି ନିର୍ମାଣ କଲେ। ସୋଲ ଆଉ କିଛି ପେପର ବ୍ୟବହାର କରି ରଥଟିକୁ ଅତି ସୁନ୍ଦର ଭଳି କରିଥିଲେ।

ଜଣେ ଦିବ୍ୟାଙ୍ଗ ପାଇଁ କଷ୍ଟ ହେଲେ ମଧ୍ୟ ଏଭଳି କାର୍ଯ୍ୟ ପାଇଁ ମନରେ ଆତ୍ମସନ୍ତୋଷ ପାଇଥିବା କହିଛନ୍ତି। ଆଜି ବାହୁଡା ଭଳି ଦିନରେ ରଥଦାଣ୍ଡ ଖାଁ ଖାଁ ଲାଗୁଥିବା ବେଳେ ସ୍ଥାନୀୟ କିଛି ଭକ୍ତଙ୍କ ସହାୟତାରେ ବଡ଼ ଦାଣ୍ଡରେ ରଥ ଗଡ଼ାଇଛନ୍ତି। ଭକ୍ତମାନେ ମଧ୍ୟ ଲଡୁ, ରସଗୋଲା, କଦଳୀ, ନଡ଼ିଆ ଭୋଗ କରି ରଥଦାଣ୍ଡରେ ବାଣ୍ଟିଛନ୍ତି।

ରଥଯାତ୍ରା ପାଇଁ ତୃତୀୟ ଶ୍ରୀକ୍ଷେତ୍ର ଖାଁ ଖାଁ ଡାକୁଥିବା ବେଳେ ଦିବ୍ୟାଙ୍ଗ ବାଳକ ଜଣକ ଏଭଳି ମହତ କାର୍ଯ୍ୟ କରି ଥିବାରୁ ପ୍ରଶଂସା କରିବା ସହ ତାର ଉତ୍ତରତ୍ତର କାମନା କରିଛନ୍ତି ଅଞ୍ଚଳବାସୀ। କଟକଣା ପାଇଁ ସିନା ରଥଯାତ୍ରା ନୀଳଗିରି ରେ ହେଲା ନାହିଁ ତେବେ ଆସନ୍ତା ବର୍ଷ ମହାପ୍ରଭୁ ଙ୍କ ଆଶୀର୍ବାଦରୁ ରଥଯାତ୍ରା ଅନୁଷ୍ଠିତ ପାଇଁ ଆଶା ବାନ୍ଧି ରଖିଛନ୍ତି। ତେବେ ଦିବ୍ୟାଙ୍ଗଙ୍କ ଏଭଳି ମହାନ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

   Related Posts