ଆଜି ପବିତ୍ର ବାହୁଡା ଯାତ୍ରା : ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ

Published By : Prameya-News7 Bureau | July 01, 2020 IST

ପୁରୀ ୧।୭: ଆଜି ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାପ୍ରଭୁ । ସବୁ ପ୍ରତିବନ୍ଧକ, ବ୍ୟତିକ୍ରମକୁ ହଟାଇଦେଇ ଜଗତର ମଙ୍ଗଳ ପାଇଁ ପୁଣି ଥରେ ବଡଦାଣ୍ଡରେ ତିନିରଥ ଗଡିଯିବ ବଡଦେଉଳ ସିଂହଦ୍ବାରକୁ ।

{"id":294099,"sizeSlug":"large"}

ବାହୁଡା ଯାତ୍ରା ଲାଗି ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ନିକଟରେ ସଜେଇ ହୋଇ ରହିଛନ୍ତି ତିନି ରଥ । ପ୍ରଭୁ ସୁଦର୍ଶନ ରଥରେ ବିଜେ କରିସାରିଛନ୍ତି । ପହଣ୍ଡିରେ ଆସୁଛନ୍ତି ବଡ ଠାକୁର ପ୍ରଭୁ ବଳଭଦ୍ର । ଭାଇଭଉଣୀଙ୍କ ସହ କାଳିଆ ସାଆନ୍ତ ରଥରେ ବିଜେ କଲେ ସେବାୟତମାନେ ରଥ ଟାଣିନେବେ । ବାଟରେ ମାଉସୀ ମା’ଙ୍କଠାରୁ ପୋଡପିଠା ଖାଇ ଅପୂର୍ବ ଶ୍ରଦ୍ଧା ଦେଖାଇବେ । ବାହୁଡା ପାଇଁ ଶରଧାବାଲିରେ ପୋଲିସ ବି ପ୍ରସ୍ତୁତ ହୋଇ ରହିଛନ୍ତି ।

{"id":294100,"sizeSlug":"large"}

ପହଣ୍ଡିରେ ଆସି ଶ୍ରୀଜିଉ ରଥରେ ବିଜେ କରିବା ପରେ ମଧ୍ୟାହ୍ନ ୧୨ରୁ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍‌ କଟକଣା ମଧ୍ୟରେ ବାହୁଡା ଯାତ୍ରା ସମ୍ପନ୍ନ ହେବ ।

{"id":294102,"sizeSlug":"large"}

ମଙ୍ଗଳବାର ରାତି ୧୦ଟାରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି । ବଡଦାଣ୍ଡକୁ ସିଲ୍‌ କରାଯାଇଛି । କୌଣସି ବ୍ୟକ୍ତି ବଡଦାଣ୍ଡକୁ ପ୍ରବେଶ କରିପାରିବେ ନାହିଁ । ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ଗଳିକୁ ମଧ୍ୟ ସିଲ୍‌ କରାଯାଇଛି । ସହରକୁ ସମସ୍ତ ପ୍ରବେଶ ପଥ ବନ୍ଦ କରାଯିବା ସହ ପୋଲିସ ମୁତୟନ କରାଯାଇଛି । ରଥଯାତ୍ରା ଦିନ ଯେପରି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବାହୁଡା ଦିନ ସେହିପରି କଡା ସୁରକ୍ଷା ଗ୍ରହଣ କରାଯାଇଛି ।

{"id":294101,"sizeSlug":"large"}

ରଥଟଣାରେ ସାମିଲ ସମସ୍ତ ସେବାୟତଙ୍କ କୋଭିଡ୍‌ ଟେଷ୍ଟ କରାଯାଇଛି । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡିଛି । କରୋନା ସଂକ୍ରମଣ ହଟାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରଥଯାତ୍ରାରେ ସମ୍ପୃକ୍ତ ସମସ୍ତ ପ୍ରଶାସନିକ ଅଧିକାରୀ, ପୋଲିସ ଓ ସେବାୟତଙ୍କ ମଧ୍ୟ କୋଭିଡ୍‌ ଟେଷ୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.