Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି : କୋଭିଡ୍ କଟକଣା ପାଇଁ ଭକ୍ତଙ୍କୁ ଦର୍ଶନ ମନା , ଆଜି ରାତି ୧୦ଟାରୁ ୪୮ଘଣ୍ଟିଆ କର୍ଫ୍ୟୁ

30/06/2020 at 12:24 PM

ପୁରୀ ୩୦।୦୬:  ଆସନ୍ତାକାଲି ପବିତ୍ର ବାହୁଡା ଦଶମୀ । ଆଜି ନବମୀରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ। ହେଲେ କୋଭିଡ୍ କଟକଣା ପାଇଁ ଏଥର ଭକ୍ତମାନେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କରିପାରିବେ ନାହିଁ। ନୀତିକାନ୍ତି ସରିବା ପରେ ଆଜି ସଂଧ୍ୟାରୁ ଆରମ୍ଭ ହୋଇଯିବ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି।

ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପୁରୀ ଜିଲ୍ଲାରେ ଆଜି  ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ  କର୍ଫ୍ୟୁ ଜାରି କରାଯିବ । ସଂଧ୍ୟା ଧୂପ ପରେ ଶ୍ରୀଜିଉମାନଙ୍କୁ ସେନାପଟା ଲାଗି  ଓ ବାହୁଟ କଣ୍ଟ କରାଯିବ । ତିନି ରଥଙ୍କୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରକୁ ଅଣାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାଯାତ୍ରାକୁ ମଧ୍ୟ ଶୃଙ୍ଖଳିତ କରିବାକୁ ଜିଲ୍ଲା ପ୍ରଶାସନ, ପୋଲିସ ବାହିନୀ ,ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । 

ବାହୁଡ଼ା ଯାତ୍ରା ନେଇ ସମୟ ନିର୍ଘଣ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ ।  ଆସନ୍ତାକାଲି  ସକାଳ ୮ଟାରୁ ୧୦ଟା ଭିତରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଛି। ସେହିଭଳି ସକାଳ ସାଢ଼େ ୧୦ରୁ ସାଢ଼େ ୧୧ଟା ଭିତରେ ରଥ ଉପରେ ଛେରାପହଁରା ପରେ ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ହେବ । କୋଭିଡ୍ ଟେଷ୍ଟରେ ନେଗେଟିଭ୍ ଆସିଥିବା ସେବାୟତମାନେ ହିଁ ବାହୁଡ଼ାଯାତ୍ରାରେ ସାମିଲ ହେବେ । ପୁରୀରେ ସେରୋଲୋଜିକାଲ ଟେଷ୍ଟ  ଆରମ୍ଭ ହୋଇଥିବା ବେଳେ ଆଜ ମଧ୍ୟ  ବଳକା ସେବାୟତଙ୍କ କରୋନା ଟେଷ୍ଟ କରାଯିବ

   Related Posts