ବାହୁବଳି ହେଲେ ମହାଦାନୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ୧.୫କୋଟି ଟଙ୍କା,ବନ୍ୟାଦୁର୍ଗତଙ୍କ ପାଇଁ ବଢ଼ାଇଲେ ହାତ

Published By : Prameya-News7 Bureau | October 21, 2020 IST

ତେଲେଙ୍ଗାନା ୨୧/୧୦: ବାହୁବଳିର ଅଭିନେତା ପ୍ରଭାସ ପୁଣି ଥରେ ଦେବତା ପାଲଟିଛନ୍ତି। ପ୍ରଭାସ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଦେଢ଼ କୋଟି ଟଙ୍କା ଦାନ କରିଛନ୍ତି ଯାହା ଦ୍ବାରା ବନ୍ୟା ପ୍ରଭାବିତଙ୍କୁ ସାହାଯ୍ୟ କରାଯାଇପାରିବ। ହାଇଦ୍ରାବାଦରେ କିଛି ଦିନ ତଳେ ହୋଇଥିବା ବର୍ଷା କାରଣରୁ ୩୭ହଜାରରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି। ଜନଜୀବନକୁ ପୁଣି ଥରେ ସ୍ବାଭାବିକ କରିବା ପାଇଁ ଡିସାଷ୍ଟର ମ୍ୟାନେଜମେଣ୍ଟ ଟିମ୍ ଏବଂ ନିଗମ୍ କର୍ମଚାରୀ ନ ଅଟକି ଯାଇ କାମ କରୁଛନ୍ତି।

wp:core-embed/twitter {"url":"https://twitter.com/baraju_SuperHit/status/1318588494642507777","type":"rich","providerNameSlug":"twitter","className":""}
https://twitter.com/baraju_SuperHit/status/1318588494642507777
/wp:core-embed/twitter

ପ୍ରଭାସଙ୍କ ଏହି ପୁଣ୍ୟ କାମର ସୂଚନା ସାଉଥ ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରି ସହୁ ଜଡ଼ିତ ପିଆରଓ ବିଏ ରାଜୁ ଟ୍ବିଟରରେ ସେୟାର କରିଛନ୍ତି। ପ୍ରଥମ ଥର ପ୍ରଭାସ ଏପରି କାମ କରି ନାହାନ୍ତି। ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲରେ କୋଭିଡ ରିଲିଫ ଫଣ୍ଡରେ ମଧ୍ୟ ୧କୋଟି ଟଙ୍କାର ଡୋନେସନ୍ ଦେଇଥିଲେ। ପ୍ରଭାସଙ୍କ ପୂର୍ବରୁ ବନ୍ୟା ପ୍ରଭାବିତଙ୍କ ସାହାଯ୍ୟ ପାଇଁ ମହେଶ ବାବୁ,ଜୁନିୟର ଏନଟିଆର,ଚିରଞ୍ଜିବୀ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଡୋନେସନ ଦେଇ ସାରିଛନ୍ତି।

{"id":348463,"sizeSlug":"large"}

ଅକ୍ଟୋବର ୨୩ତାରିଖରେ ୪୧ତମ ଜନ୍ମଦିନ ପାଳନ କରିବାକୁ ଯାଉଥିବା ପ୍ରଭାସ ଏବେ ଇଟାଲୀରେ ଅଛନ୍ତି ଏବଂ ସେ ନିଜ ଆଗାମୀ ଫିଲ୍ମର ସୁଟିଂ କରୁଛନ୍ତି। ତାଙ୍କ ଆଗାମୀ ଫିଲ୍ମରେ ନାଗ ଅଶ୍ବିନଙ୍କ ଅନାମ ଫିଲ୍ମ,ଓମ ରାଉତଙ୍କ ଆଦିପୁରୁଷ ଏବଂ ରାଧାକୃଷ୍ଣ କୁମାରଙ୍କ ଫିଲ୍ମ ରାଧେ ଶ୍ୟାମ ରହିଛି।

{"id":348468,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.