ଉଦାହରଣ ସାଜିଲେ ବାହୁବଳୀ ଷ୍ଟାର: ୧୬୫୦ ଏକର ଜଙ୍ଗଲ ଜମିର ଦାୟିତ୍ବ ନେଲେ ପ୍ରଭାସ, ଇକୋ-ପାର୍କର ଉନ୍ନତି ପାଇଁ ଦେଲେ ୨ କୋଟି

Published By : Prameya-News7 Bureau | September 08, 2020 IST

ହାଇଦ୍ରାବଦ ୦୮/୦୯:  ନିଜର ଦମଦାର ଅଭିନୟ ଓ ସ୍ବଭାବ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ରେବେଲ୍‌ ଷ୍ଟାର ପ୍ରଭାସ ଏବେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ବାହୁବଳୀ ଷ୍ଟାର ପ୍ରଭାସ କରିଥିବା କାମ ଏବେ ସସମ୍ତଙ୍କ ପାଇଁ ପ୍ରେରଣ ପାଲିଟିବ ନିଶ୍ଚୟ । ପ୍ରଭାସ ହାଇଦ୍ରାବାଦ ସ୍ଥିତ ୧୬୫୦ ଏକର ପରିବ୍ୟାପ୍ତ ସଂରକ୍ଷିତ ଜଂଗଲ ଜମିରେ ବୃକ୍ଷରୋପଣ, ରକ୍ଷଣାବେକ୍ଷଣ ଓ ବିକାଶ ପାଇଁ ସହମତି ପ୍ରକାଶ କରିଛନ୍ତି। ଏହାସହ ନିଜ ସ୍ବର୍ଗତ ପିତା ସୂର୍ଯ୍ୟ ନାରାୟଣ ରାଜୁଙ୍କ ନାମରେ ଇକୋ-ପାର୍କର ଉନ୍ନତୀକରଣ ପାଇଁ ୨ କୋଟ ଟଙ୍କା ଦାନ କରିଛନ୍ତି ପ୍ରଭାସ ।

ଜଂଗଲର ବିକାଶ ପାଇଁ ଯେତେ ଟଙ୍କା ଖର୍ଚ୍ଚ ସବୁ କରିବେ ବୋଲି କହିଛନ୍ତି ପ୍ରଭାସ । ଜଙ୍ଗଲ ଜମିକୁ ପୋଷ୍ୟ ଭାବେ ଗ୍ରହଣ କରି ଉଦାହରଣ ପାଲଟିଛନ୍ତି ତେଲୁଗୁ ସୁପରଷ୍ଟାର । ଏହି ଜଙ୍ଗଲ ଜମି ସିଂଗାରେଡ୍ଡି ଜିଲ୍ଲାର ଖାଜିପଲ୍ଲି ଗାଁ ନିକଟରେ ଅବସ୍ଥିତ। ତାଙ୍କର ଏହି ପ୍ରୟାସ ଜଙ୍ଗଲ ସଂରକ୍ଷର ପ୍ରତି ଲୋକଙ୍କ ଭାବନାକୁ ଆହୁରି ମଜଭୁତ କରିବ।

ଜଙ୍ଗଲର ଦାୟିତ୍ବ ନେବା ପରେ କାର୍ଯ୍ୟର ସମୀକ୍ଷା କରିବାକୁ ସ୍ଥାନୀୟ ରାଜ୍ୟସଭା ସାଂସଦ ସଂନ୍ତୋଷ କୁମାରଙ୍କ ସହ ଜଙ୍ଗଲ ପରିଦର୍ଶନ କରିଛନ୍ତି ପ୍ରଭାସ  । ସନ୍ତୋଷ କୁମାରଙ୍କ କାର୍ଯ୍ୟକ୍ରମ ‘ଗ୍ରୀନ୍‌ ଚ୍ୟାଲେଞ୍ଜ’ ହିଁ ତାଙ୍କୁ ଜଙ୍ଗଲ ସୁରକ୍ଷା ପ୍ରତି ପ୍ରେରଣା ଦେଇଥିବା କହିଛନ୍ତି ଅଭିନେତା ପ୍ରଭାସ । ତେଲେଙ୍ଗାନା ଜଙ୍ଗଲ ପରିବେଶ ମନ୍ତ୍ରୀ ଆଲ୍ଲୋଲା ଇନ୍ଦ୍ରକରଣ ମନ୍ତ୍ରୀ, ରାଜ୍ୟସଭା ସାଂସଦ ସନ୍ତୋଷ କୁମାରଙ୍କ ସହିତ ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କାର୍ଯ୍ୟରେ ସେ ସାମିଲ ହୋଇଥିଲେ ।

ଏହି ସଂରକ୍ଷିତ ଜଙ୍ଗଲ ବିଭିନ୍ନ ଔଷଧୀୟ ବୃକ୍ଷ ପାଇଁ ଜଣାଯାଏ । ଏହାସହ ଏହି ଜଙ୍ଗଲ ରାଜ୍ୟରେ ଚାଲିଥିବା ‘ହରିତ୍‌ ହାରମ’ କାର୍ଯ୍ୟକ୍ରମକୁ ମାଇଲେଜ୍‌ ଦେବ ବୋଲି ମଧ୍ୟ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.