ବାହୁବଳୀର ଜୁନିୟର ଆର୍ଟିଷ୍ଟ ମଧୁ ପ୍ରକାଶଙ୍କ ପତ୍ନୀ କଲେ ଆତ୍ମହତ୍ୟା : ସ୍ବାମୀଙ୍କ କାମରେ ନଥିଲେ ଖୁସି

Published By : Prameya-News7 Bureau | August 07, 2019 IST

ହାଇଦ୍ରାବାଦ ୭/୮: ଏସ ରାଜାମୌଲିଙ୍କ ଫିଲ୍ମ ‘ବାହୁବଳୀ’ରେ କ୍ୟାରେକ୍ଟର ଆର୍ଟିଷ୍ଟ ଥିବା ମଧୁ ପ୍ରକାଶଙ୍କ ପତ୍ନୀ ଭାରତୀ ହାଇଦ୍ରାବାଦ ସ୍ଥିତ ଘରେ ଆତ୍ମହତ୍ୟା କରିଛନ୍ତି। ମଧୁଙ୍କୁ ବାହୁବଳୀ ସେନାର ଜଣେ ସିପାହୀ ଭାବେ ଦେଖାଯାଇଥିଲା। ବର୍ତ୍ତମାନ ମଧୁ ତାମିଲ ଟିଭି ଧାରାବାହିକରେ ଅଭିନୟ କରୁଛନ୍ତି। ମଧୁ ଏବଂ ଭାରତୀଙ୍କ ବିବାହ ୨୦୧୫ମସିହାରେ ହୋଇଥିଲା। ଭାରତୀ ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରୁଥିଲେ।

{"id":141829}

ଭାରତୀଙ୍କ ଆତ୍ମହତ୍ୟାର କାରଣ ମଧୁଙ୍କ କାମ ଥିଲା। ମଧୁ ଘରକୁ ବିଳମ୍ବରେ ଆସିବା କାରଣରୁ ଭାରତୀ ଚିନ୍ତିତ ରହୁଥିଲେ। ବିଳମ୍ବିତ ରାତି ଯାଏଁ ସୁଟିଂ କରିବା ଭାରତୀଙ୍କୁ ପସନ୍ଦ ନଥିଲା। ଏଥିପାଇଁ ଉଭୟଙ୍କ ମଧ୍ୟରେ ସବୁବେ​‌ଳେ ଝଗଡ଼ା ହେଉଥିଲା। ଭାରତୀ ତାଙ୍କ ଶାଶୁ ଶ୍ବଶୁରଙ୍କ ପାଖେ ରହୁଥିଲେ।

{"id":141830}

ମଧୁ କହିଥିଲେ ,ମଙ୍ଗଳବାର ସେ ଜିମରେ ଥିଲେ। ସେହି ସମୟରେ ଭାରତୀଙ୍କ ଫୋନ୍ ଆସିଥିଲା,ତା’ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଭାରତୀ ତାଙ୍କୁ ଶୀଘ୍ର ଘରକୁ ଆସିବାକୁ କହିଥିଲେ। ଏପରି ନକଲେ ସେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। କିନ୍ତୁ ମଧୁ ତାଙ୍କ କଥାକୁ ଏତେ ଗୁରୁତ୍ବ ଦେଇନଥିଲେ। ସେ ୭:୩୦ରେ ଘରକୁ ପହଞ୍ଚିବାରୁ ଭାରତୀଙ୍କୁ ପଙ୍ଖାରେ ଝୁଲୁଥିବାର ଦେଖିଥିଲେ। ମଧୁ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେବାରୁ ପୋଲିସ୍ ଭାରତୀଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ନେଇଥିଲେ।

{"id":141831}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.