Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାହୁବଳୀଙ୍କ ଲୋକ ପ୍ରିୟତା: ଆଜିର ଦିନରେ ଆରମ୍ଭ ହୋଇଥିଲା ବାହୁବଳୀ ଫିଲ୍ମର ସୁଟିଂ, ସେତେବେଳେ ପ୍ରଭାସଙ୍କୁ ଏମିତି ସ୍ଵାଗତ କରିଥିଲେ ପ୍ରଶଂସକ

7/07/2020 at 8:19 PM

ନୂଆଦିଲ୍ଲୀ ୦୭।୦୭: ପ୍ରସିଦ୍ଧ ନିର୍ଦ୍ଦେଶକ ଏସଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସଙ୍କ ଅଭିନୀତ ଫିଲ୍ମ ବାହୁବଳୀ କେବଳ ସାଉଥ ନୁହେଁ ପୂରା ବଲିଉଡରେ ବ୍ଲକ ବ୍ଲଷ୍ଟର ହିଟ୍‌ ହୋଇଥିଲା। ଏହା ପୂର୍ବରୁ କେବେ କୌଣସି ଦକ୍ଷିଣ ଭାରତୀୟ ଫିଲ୍ମ ବାହୁବଳୀ ପରି ପୂରା ଦେଶରେ ହିଟ୍ ହୋଇନଥିଲା। ଫିଲ୍ମର ପ୍ରଥମ ଭାଗ ପାଇଁ ୨୦୧୩ରେ ସୁଟିଂ ଆରମ୍ଭ ହୋଇଥିଲା। ସାତ ବର୍ଷ ପୂର୍ବେ ଆଜିର ଦିନରେ ଫିଲ୍ମର ପ୍ରଥମ ଦିନ ସୁଟିଂ ଆରମ୍ଭ  ହୋଇଥିଲା। ସୁଟିଂ ସେଟ୍‌ରେ ବାହୁବଳୀ ଫେମ୍ ପ୍ରଭାସଙ୍କ ଲୋକପ୍ରିୟତା ଏମିତି ଥିଲା ଯେ, ଦେଖିବା ପାଇଁ ଲୋକଙ୍କ ଅଦ୍ଭୁତପୂର୍ବ ଭିଡ ଦେଖିବାକୁ ମିଳିଥିଲା। ବାହୁବଳୀ ଫିଲ୍ମର ଅଫିସିଆଲ ଟ୍ଵିଟ୍‌ର ହ୍ୟାଣ୍ଡେଲରେ ଫିଲ୍ମର ପ୍ରଥମ ଦିନ ସେଟ୍‌ର ଫଟୋ ପୋଷ୍ଟ କରାଯାଇଛି।

ପ୍ରଥମ ଫଟୋରେ ଫିଲ୍ମରେ ଲିଡ୍ ରୋଲ୍‌ରେ ଅଭିନୟ କରିଥିବା ପ୍ରଭାସଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ସାତ ବର୍ଷ ପୂର୍ବେ ଠିକ୍ ଆଜିର ଦିନରେ ବାହୁବଳୀ ଫିଲ୍ମର ପ୍ରଥମ ଭାଗର ସୁଟିଂ ଆରମ୍ଭ ହୋଇଥିଲା। ଦ୍ଵିତୀୟ ଫଟୋରେ ନିର୍ଦ୍ଦେଶିକ ରାଜମୌଲି ତାଙ୍କ ଟିମ୍‌କୁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳୁଛି। ତାଙ୍କ ପଛ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି।

ବାହୁବଳୀ ଫିଲ୍ମର ଦୁଇଟି ଭାଗ ବାହୁବଳି: ଦି ବିଗନିଙ୍ଗ, ବାହୁବଳୀ: ଦ କନକ୍ଲୁଜନ ପୂରା ଭାରତର ଫିଲ୍ମ ଜଗତରେ ଇତିହାସ ସୃଷ୍ଟି କରିଛି। ଏହି ଫିଲ୍ମ ପରଠୁ ପ୍ରଭାସଙ୍କ ଲୋକପ୍ରିୟତା ବହୁ ଗୁଣରେ  ବଢି ଯାଇଛି। ବାହୁବଳୀ: ଦ କନକ୍ଲୁଜନ ଓ୍ଵାଲ୍ଡଓ୍ଵାଇଡ୍‌ ୧୫୦୦ କୋଟି ଟଙ୍କା ଆୟ କରିଥିଲା। ଏହି ଫିଲ୍ମଟି ମାହିସ୍ମତି ରାଜ୍ୟର  ଦୁଇ ଭାଇ ଅମରେନ୍ଦ୍ର ବାହୁବଳୀ(ପ୍ରଭାସ) ଏବଂ ଭଲ୍ଲାଲଦେବ(ରାଣା ଦଗୁବାଟୀ)ଙ୍କ ଉପରେ ପର୍ଯ୍ୟବେସିତ ଥିଲା। ଏହି ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ରମ୍ୟା କ୍ରିଷ୍ଣା, ଅନୁଷ୍କା ସେଟ୍ଟୀ, ତମନ୍ନା ଭାଟ୍ଟିଆ ଓ ସତ୍ୟରାଜ ଚତ୍ମକାର ଅଭିନୟ କରିଥିଲେ।

   Related Posts