ମିଛ କମ୍ପାନୀ କରି କୋଟି କୋଟି ଟଙ୍କାର ବେଆଇନ କାରବାର, ବାହାମାସ୍ ପେପର୍ ସ୍କାମରେ ବୈଜୟନ୍ତ ଓ ଜଗି ପଣ୍ଡାଙ୍କ କମ୍ପାନୀର ସଂପୃକ୍ତି ଅଭିଯୋଗ

Published By : Prameya-News7 Bureau | October 26, 2020 IST

ନୂଆଦିଲ୍ଲୀ, ୨୬।୧୦: ବାହାମାସ୍ ପେପର ସ୍କାମରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡାଙ୍କ କଂପାନୀ । ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର କଳା ଟଙ୍କାକୁ କିଭଳି ଧଳା କରିଛନ୍ତି ପଣ୍ଡା ଫ୍ୟାମିଲି ତାର ପର୍ଦାଫାସ ହୋଇଛି । ବାହାମାସ୍ ପେପର ଲିଙ୍କ୍ ବେଳେ ଏସବୁ ତଥ୍ୟ ପଦାକୁ ଆସିଥିଲେ ବି ତାହା ଚାପି ଦିଆଯାଇଛି । ଏମିତିକି ଏନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶନାମାକୁ ବି ଫୁ କରିଦେଇଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ପାଥ୍ ନାମକ ଏକ ସାମାଜିକ ସଂଗଠନ ପଣ୍ଡା ଫ୍ୟାମିଲିର ବାହାମାସ ଲିଙ୍କ୍ ଉପରୁ ପରଦା ଉଠାଇଛି । ସୋମବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତ ପଣ୍ଡା ଏବଂ ପତ୍ନୀ ଜଗି ପଣ୍ଡା କିଭଳି ଚଞ୍ଚକତା କରି ନିଜ କଂପାନୀରେ କଳାଟଙ୍କା ନିବେଶ କରିଛନ୍ତି ତାର ଗୁମର ଫିଟାଇଛନ୍ତି । ଫିନଲେ କର୍ପୋରେସନ, ମେସିନା କର୍ପୋରେସନ ଓ ପିକିକା ଲିମିଟେଡ୍ ନାମରେ ୩ ଟି କଂପାନୀ ବାହାମାସରେ ରେଜିଷ୍ଟ୍ରେସନ ହୋଇଛି ।

wp:html /wp:html

ଏହି ୩ ସେଲ୍ କଂପାନୀ ବୈଜୟନ୍ତ ଓ ଜଗି ପଣ୍ଡାଙ୍କ ନାଁରେ ଥିବା ଅରଟେଲ କମୁନିକେସନର ସେୟାର କିଣିଛନ୍ତି । ଅରଟେଲର ସେୟାର ମୂଲ୍ୟ ଯେତେବେଳେ ୭୯ ଟଙ୍କା ଥିଲା ସେତେବେଳେ ମାତ୍ର  ୧ ଟଙ୍କା ୯୫ ପଇସାରେ ଏହାର ସେୟା ବିକାଯାଇଛି । ୩ ଟି ଯାକ ସେଲ୍ କଂମ୍ପାନୀର ଆସେଟ୍ ମାତ୍ର ୬ ଲକ୍ଷ ଥିବାବେଳେ ସେମାନେ ୧୮ କୋଟି ଟଙ୍କାର କଳା ବିନିଯୋଗ କରିଛନ୍ତି ବୈଜୟନ୍ତ ପଣ୍ଡାଙ୍କ କଂପାନୀରେ  । ଏବେ ବାହାମାସ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନାରୁ ସ୍ପଷ୍ଟ ଯେ ଫିନଲେ କର୍ପୋରେସନ, ମେସିନା କର୍ପୋରେସନ କେବେଠୁ ବନ୍ଦ ହୋଇଗଲାଣି । ଫଳରେ ଏହାପଛରେ ଯେ ଏକ ସାଙ୍ଘାତିକ ଷଡଯନ୍ତ୍ର ଥିଲା ତାହା ସ୍ପଷ୍ଟ ହେଉଛି ।

ବାହାମାସ ପେପର ସ୍କାମ ପରେ କିଛି ବ୍ୟକ୍ତି ଦିଲ୍ଲି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଦିଲ୍ଲି ହାଇକୋର୍ଟ ଏସବୁ ତଥ୍ୟର ଆଧାର ଥିବା ଜାଣିବା ପରେ ଗତ ଫେବୃଆରୀ ମାସରେ କେନ୍ଦ୍ରିୟ ଯାଞ୍ଚ ଏଜେନ୍ସିକୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ସିବିଆଇ, ଇଡି ଓ ସିବିଡିଟି ଭଳି ସଂସ୍ଥା ଏହାର ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଥିଲେ ବି ତଦନ୍ତକୁ ଚାପି ଦିଆଯାଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ତଥ୍ୟରୁ ଜଣାପଡିଛି ବୈଜୟନ୍ତ ପଣ୍ଡାଙ୍କ କଂପାନୀ ଯେଉଁସବୁ ସେୟାର କିଣାବିକା କରିଛନ୍ତି ତାହା ଟଙ୍କା ଦେଣନେଣ ଦ୍ବାରା କରାଯାଇଛି ଯାହାକି ବେଆଇନ୍ । ସେପଟେ ସେସବୁ ସେଲ୍ ବା ମିଛ କଂପାନୀଏବେ ଆଉ ନାହିଁ ତେଣୁ କଳା ଟଙ୍କା ଏବେ ବୈଜୟନ୍ତଙ୍କ କଂପାନୀ ପାଖରେ ଅଛି । ଆଇନ କହୁଛି ଏଭଳି ବେଆଇନ ଆର୍ଥିକ କାରବାର ପାଇଂ ବୈଜୟନ୍ତ ଓ ତାଙ୍କ ପତ୍ନୀଙ୍କ ଅଧିନରେ ଥିବା କଂପାନୀ ଆୟକର ଫାଙ୍କି, କଳା ଟଙ୍କା ବିନିଯୋଗ ଓ ମନି ଲଣ୍ଡରିଙ୍ଗ ଭଳି ବିଭିନ୍ନ କେସ୍ ରେ ଛନ୍ଦି ହୋଇଛନ୍ତି । ଏମିତିକି ଦିଲ୍ଲିରେ ଓଟିଭି ନାଁରେ ଏକ ବିଲଡିଙ୍ଗ କିଣା ଯାଇଛି ୧୦ କୋଟି ଟଙ୍କାରେ ଯେଉଂଥିରେ ବି ଅଫସୋର ବା ବିଦେଶୀ ସେଲ୍ କଂପାନୀର ଟଙ୍କା ଲାଗିଛି ।

। ଏବେ ଯେହେତୁ ବୈଜୟନ୍ତ ପଣ୍ଡା ରାଜନୀତିରେ ସକ୍ରିୟ  ସେଥିପାଇଁ କେନ୍ଦ୍ରିୟ ଯାଞ୍ଚ ଏଜେନ୍ସି ତଦନ୍ତ ପାଇଁ ପଛଘୁଞ୍ଚା ଦେଉଛି ବୋଲି ଅଭିଯୋଗ ହୋଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.