Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଏବେ ବି ଭୟଭୀତ ପାକିସ୍ତାନ : ଆତଙ୍କୀ ସଂଗଠନ ଜୈସର ଗଡ ବାହାବଳପୁର ବିମାନବନ୍ଦର ବନ୍ଦ

9/03/2019 at 1:59 PM

ଵାଲାକୋଟ ୯/୩ : ଵାଲାକୋଟ ଏୟାର ଷ୍ଟ୍ରାଇକ ପରେ ଭୟଭୀତ ଅଛି ପାକିସ୍ତାନ | ଯାହାଫଳରେ ଏଯାଏଁ ପାକିସ୍ତାନରେ ବିମାନ ସେବା ସ୍ବଭାବିକ ହୋଇପାରିନାହିଁ | ପାକିସ୍ତାନ ବାହାବଳପୁର, ରହିମ ୟାର ଖାନ ଏବଂ ସିଆଲକୋଟ ବିମାନବନ୍ଦରକୁ ବନ୍ଦ କରିଦେଇଛି | ଏନେଇ ପାକିସ୍ତାନର ସିଭିଲ ଏଭିଏସନ ଅଥରିଟି ସୂଚନା ଦେଇଛନ୍ତି | ଅଧିକାରୀଙ୍କ ସିକ୍ୟୁରିଟି କ୍ଳିଅରାନ୍ସ ପରେ ପୂର୍ବାଂଚଳ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଛି ପାକିସ୍ତାନ ନ୍ୟୁଜ ଏଜେନ୍ସି |

Updated restrictions on flights to/from/through Pakistan. https://t.co/9NeSPvJkSy pic.twitter.com/lERjjg1g6q— Flightradar24 (@flightradar24) March 7, 2019


ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ଵାଲାକୋଟରେ ଏୟାର ଷ୍ଟ୍ରାଇକ କରିବା ପରେ ପାକିସ୍ତାନରେ ଭୟର ବାତାବରଣ ଖେଳି ଯାଇଥିଲା | ୨୭ ତାରିଖଠାରୁ ବାହାବଳପୁର ସମେତ ୭ଟି ବିମାନବନ୍ଦର ବନ୍ଦ କରିଦେଇଥିଲା ପାକିସ୍ତାନ | ବିମାନ ସେବା ବନ୍ଦ କରିଥିବାରୁ ପାକିସ୍ତାନର ପ୍ରବଳ କ୍ଷତି ହେଉଛି |
ପାକିସ୍ତାନ ଖବରକାଗଜ ଡନ ଅନୁଯାୟୀ, ସିଆଲକୋଟ, ରହିମୟାର ଖାନ, ଡିଜି ଖାନ, ସୁକୁର, ଗିଲଗୀଟ ବିମାନବନ୍ଦରକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରଖାଯାଇଛି | ଏଥିରୁ କିଛି ବିମାନବନ୍ଦର ଭାରତ ସୀମାରେ ଅବସ୍ଥିତ | କରାଚୀ, ଇସ୍ଲାମଵାଦ, ଲାହୋର ଏବଂ ପେଶାୱର ବିମାନବନ୍ଦର ୫ ତାରିଖରୁ ଖୋଲାଯାଇଥିଲା |

Weekend update — Pakistan’s airspace to remain closed to general transiting traffic through at least 11 March 10:00 UTC. https://t.co/9NeSPvJkSy pic.twitter.com/GRYf5WcOZe— Flightradar24 (@flightradar24) March 8, 2019


ସୂଚନାଯୋଗ୍ୟ ଯେ, ଏୟାର ଷ୍ଟ୍ରାଇକ ପରେ ୨୭ ତାରିଖରେ ପାକିସ୍ତାନୀ ବାୟୁସେନା ଜାମ୍ମୁ କାଶ୍ମୀରର ନୌସେରା ଅଂଚଳକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲା | କିନ୍ତୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପାକିସ୍ତାନ ବିମାନକୁ ମୁହଁତୋଡ ଜବାବ ଦେଇଥିଲା | ଭାରତ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ଧ୍ବଂସ କରିଥିଲା | ଭାରତର ମିଗ-୨୧ ବିମାନ ମଧ୍ୟ ଧ୍ବଂସ ହୋଇଯାଇଥିଲା | ଏହି ଡଗଫାଇଟ ପରେ ପାକିସ୍ତାନ ସମସ୍ତ ବିମାନବନ୍ଦର ବନ୍ଦ କରିଦେଇଥିଲା | ଭାରତ ମଧ୍ୟ କିଛି ଘଣ୍ଟା ପାଇଁ ଜାମ୍ମୁ, ଶ୍ରୀନଗର, ଅମୃତସର ବିମାନବନ୍ଦର ବନ୍ଦ କରିଦେଇଥିଲା |

   Related Posts