ବାହାରି ସାଗରରେ ଅଘଟଣ, ଗାଧୋଇବା ବେଳେ ବୁଡିଗଲେ ମହିଳା

Published By : Prameya-News7 Bureau | November 15, 2021 IST

ସାନଖେମୁଣ୍ଡି, ୧୫|୧୧:  ଗାଧୋଇବା ବେଳେ ଅଘଟଣ । ବୁଡିଗଲେ ମହିଳା । ହାରିଲେ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ।

ସୂଚନାନୁସାରେ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡପାଟଣାର ଜଣେ ମହିଳା ସକାଳେ ବାହାରି ସାଗରକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବା ବେଳେ ତାଙ୍କର ଗୋଡ ଖସି ଯାଇଥିଲା ।  ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ମହିଳା ହେଲେ ଟେଭି ନାୟକ ।ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.