Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍

14/05/2021 at 1:19 PM

ସାନଖେମୁଣ୍ଡି, ୧୪/୦୫ : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ହୁହୁ ହୋଇ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ରୋକିବାକୁ କଟକଣା ଲାଗିଛି । ଲକଡାଉନ୍ ମଧ୍ୟ ଲାଗୁ ହୋଇଛି ସାରା ରାଜ୍ୟରେ । ବିବାହ କାର୍ଯ୍ୟକ୍ରମ ପାଇଁ ଦରକାର ହେଉଛି ସ୍ୱତନ୍ତ୍ର ଅନୁମତି । ଏହାସହ ସର୍ବାଧିକ ୫୦ ଅତିଥିରେ ସମ୍ପନ୍ନ ହେଉଛି ବିବାହ ଉତ୍ସବ । କିନ୍ତୁ କିଛି ଅମାନିଆ ୫୦ ଅତିଥି ବଦଳରେ ଅଧିକ ଅତିଥି ଡାକି ଭୋଜିଭାତର ଆୟୋଜନ କରୁଥିବା ଦେଖିବାକୁ ମିଳିଛି । କଟକଣା ଓ କରୋନା ବିପଦକୁ ତିଳେମାତ୍ର ଖାତିର କରୁନାହାଁନ୍ତି । ଏପରି ଜଣେ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ଫାଇନ୍ ବି ଲଗାଇଛି । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ।

ସୂଚନା ଅନୁସାରେ, ସାନଖେମୁଣ୍ଡି ଓସ୍ତା ଜଗନ୍ନାଥପୁରରେ କରୋନା କଟକଣା ସମୟରେ ଧୁମଧାମରେରେ ଚାଲିଥିଲା ଭୋଜି ଭାତର ଆସର ।ପ୍ରାୟ ୫୦୦ ଲୋକଙ୍କୁ ହୋଇଥିଲା ନିମନ୍ତ୍ରଣ । ଗହଳି ଚହଳିରେ ଫାଟି ପଡୁଥିବା ବିବାହ ଉତ୍ସବ । ଶହଶହ ଅତିଥୀ ଯୋଗ ଦେଇଥିଲେ । କିନ୍ତୁ ପ୍ରଶାସନକୁ ମିଳି ଯାଇଥିଲା ଖବର ।  ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କଲା ପ୍ରଶାସନ।

 ବିବାହ କରୁଥିବା ଶିବରାମ ପ୍ରଧାନଙ୍କର  ବାହାଘର ଭୋଜି ଚାଲିଥିବା ବେଳେ ସାନଖେମୁଣ୍ଡି ତହସିଲଦାର ପାଟପୁର ଆଇଆଇସିଙ୍କ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇଥିଲା । କଟକଣା ନମାନିବାରୁ ୧୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି ।ଏହାସହ ରୋଷେଇ ସାମଗ୍ରୀକୁ ନଷ୍ଟ ନ କରି ଲୋକଙ୍କୁ ଟ୍ରାକ୍ଟର ଯୋଗେ ବାଣ୍ଟି ଦିଆଯାଇଥିବା ସୂଚନା ମିଳିଛି ।

   Related Posts