Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଏବେ ଘରୁ ଆପଣଙ୍କ ସାମଗ୍ରୀ ଟ୍ରେନରେ ପହଞ୍ଚାଇବ ରେଳବାଇ, ଜାଣନ୍ତୁ ସେବା ସମ୍ପର୍କରେ ଅଧିକ ବିବରଣୀ

22/10/2020 at 8:12 PM

ନୂଆଦିଲ୍ଲୀ ୨୨।୧୦: ଆପଣ ଷ୍ଟେସନକୁ ଖାଲି ହାତରେ ଆସିଲେବି ଟ୍ରେନରେ ଉଠିବା ବେଳକୁ ଆପଣଙ୍କ  ବ୍ୟାଗ୍‌ବ୍ୟାଗେଜ୍ ଆପଣଙ୍କ ହାତ ପାଖରେ ଥିବ। ଯତ୍ରୀଙ୍କ ଲାଗି ଭାରତୀୟ ରେଳ ବ୍ୟଗ୍ସ ଅନ ହ୍ୱିଲସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଉତ୍ତର ଏବଂ ଉତ୍ତର-ମଧ୍ୟ ରେଳବାଇ ମହପ୍ରବନ୍ଧକ ରାଜୀବ ଚୌଧୁରୀ ପ୍ରଥମ ଥର ନୂଆ ରେଳ ସେବା ସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତୀୟ ରେଳରେ ଯାତ୍ରୀଙ୍କ ଲାଗି ଏହା ସମ୍ପୂର୍ଣ୍ଣ ରୂପେ ଏକ ନୂଆ ସେବା ବୋଲି କହିଛନ୍ତି ଚୌଧୁରୀ ।

ରାଜସ୍ୱ ଆୟ ବୃଦ୍ଧି ଲାଗି ରେଳବାଇ ଲଗାତାର ପ୍ରୟାଶ ଜାରି ରଖିଛନ୍ତି। ଏହି କ୍ରମରେ ବ୍ୟାଗ୍ସ ଅନ ହ୍ୱିଲସ୍‌ ସେବା ଆରମ୍ଭ ହେବାକୁ ଯାଉଛି। ଏହି ସେବାର ସବୁଠୁ ବଡ ସୁବିଧା ହେଉଛି ଆପଣଙ୍କ ସାମାନ ଆପଣ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ପହଞ୍ଚିସାରିଥିବ। ଏଥିରେ ଯାତ୍ରୀ ଟ୍ରେନରେ ତାଙ୍କ ସିଟ୍‌ ପର୍ଯ୍ୟନ୍ତ ସାମାନ ନେଇ ଯିବାର ଦୁଶ୍ଚିନ୍ତାରୁ ମଧ୍ୟ ମୁକ୍ତ ରହିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସେବା ନୂଆଦିଲ୍ଲୀ, ଦିଲ୍ଲୀ ଜଙ୍କସନ୍, ହଜରତ ନିଜାମୁଦ୍ଦିନ, ଦିଲ୍ଲୀ କ୍ୟାଣ୍ଟନମେଣ୍ଟ,  ଦିଲ୍ଲୀ ସରାୟା ରୋହିଲ୍ଲା, ଗାଜିଆବାଜ ଓ ଗୁରୁଗ୍ରାମ ଷ୍ଟେସନରୁ ଟ୍ରେନରେ ଉଠୁଥିବା ଯାତ୍ରୀଙ୍କ ଲାଗି ଆରମ୍ଭ ହେବ।

ଏଥିଲାଗି ରେଳବାଇ ଖୁବ୍ ଶୀଘ୍ର ବିଓଡବ୍ଲୁ ( ବ୍ୟାଗସ୍ ଅନ ହ୍ୱିଲସ୍) ଆପ ଆରମ୍ଭ କରିବେ। ଏହା ଦ୍ୱାରା ଯାତ୍ରୀ ଘରୁ ଷ୍ଟେସନ ପର୍ଯ୍ୟନ୍ତ ଅଥବା ଷ୍ଟେସନରୁ ଘର ପର୍ଯ୍ୟନ୍ତ ସାମାନ ପହଞ୍ଚାଇବା ଲାଗି ଆବେଦନ କରିପାରିବେ। ରେଳବାଇ ବୁକିଂ ବିବରଣୀ ଅନୁସାରେ ଏଥିଲାଗି ମନୋନୀତ ଠିକାଦାର ସାମାନର ସୁରକ୍ଷିତ ସଂଗ୍ରହ ସମେତ ନିର୍ଦ୍ଧିଷ୍ଟ ଠିକଣାରେ ପହଞ୍ଚାଇବା ଦାୟିତ୍ୱରେ ରହିବେ। ଏହି ସେବା ଡୋର ଟୁ ଡୋର ଡେଲିଭରୀ ଫର୍ମରେ ନାମମାତ୍ର ଶୁଳ୍କରେ ପ୍ରଦାନ କରାଯିବ।

ଏହି ସେବା ଦ୍ୱାରା ରେଳବାଇ ଭଡ଼ା ଅତିରିକ୍ତ ୫୦ ଲକ୍ଷ ଟଙ୍କାର ରାଜସ୍ୱ ଆୟ ସାଙ୍ଗକୁ ବର୍ଷକ ଲାଗି ୧୦ ପ୍ରତିଶତ ସେୟାର ମଧ୍ୟ ହାସଲ କରିପାରିବ। ଏପର୍ଯ୍ୟନ୍ତ ଯାତ୍ରୀମାନେ ପାଲେସ୍ ଅନ ହ୍ୱିଲସ ସେବାର ଲାଭ ପାଇଥିଲେ, ଏବେ ବ୍ୟାଗ୍ସ ଅନ ହ୍ୱିଲସ୍ ସେମାନଙ୍କୁ ବେଶ୍ ଉପକୃତ କରିବ ବୋଲି ରେଳବାଇ ଆଶାବ୍ୟକ୍ତ କରିଛନ୍ତି।

   Related Posts