Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ସଫଳତାର ସହ ନିର୍ବାପିତ ହେଲା ‘ବାଗଜନ୍ ନିଆଁ’, ୧୭୨ ଦିନ ହେଲା ଜଳୁଥିଲା ତୈଳ କୂପ

15/11/2020 at 7:18 PM

ତିନସୁକିଆ ୧୫।୧୧: ପୂର୍ବ ଆସାମର ତିନସୁକିଆ ବାଗଜନସ୍ଥିତ ତୈଳ କୂପରେ ଲାଗିଥିବା ନିଆଁ ସଫଳତାର ସହ ନିର୍ବାପିତ ହୋଇଛି। ଅଏଲ ଇଣ୍ଡିଆ ଲିମିଟେଡ (ଓଆଇଏଲ) ରବିବାର ଟ୍ୱିଟ୍‌ ହ୍ୟାଣ୍ଡଲରେ ଏହି ସୂଚନା ଦେଇଛନ୍ତି। ଗତ ୧୭୨ ଦିନ ହେଲା ତୈଳ କୂପରେ ନିଆଁଲାଥିଲା। ଦୀର୍ଘ ଉଦ୍ୟମ ପରେ ନିଆଁ ଆୟତ୍ତ ହୋଇଥିବା ବେଳେ ପରିସ୍ଥିତି ଏବେ ସ୍ୱଭାବିକ ଥିବା ଓଆଇଏଲ କହିଛନ୍ତି।

ନିଆଁ ଲିଭିବା ପରେ ତୈଳ କୂପରେ ଏବେ ଚାପ ନଥିବା କୁହାଯାଇଛି। ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ଏଠାକାର ପରିସ୍ଥିତିକୁ ପର୍ଯ୍ୟବେକ୍ଷଣରେ ରହିବ। କୂଅରେ ଲାଗିଥିବା ନିଆଁକୁ ବିଦେଶୀ ବିଶେଷଜ୍ଞଙ୍କ ସହାୟତାରେ ସଫଳତାର ସହ ନିର୍ବାପିତ କରାଯାଇପାରିଛି। ତେବେ ଦୀର୍ଘ ସପ୍ତାହ ଧରି କୂଅରୁ ନିଆଁ  ବେଶ୍ ଉଚ୍ଚକୁ ଉଠୁଥିବାର ଦେଖାଯାଇଥିଲା। 

ଏକ୍ସପ୍ଲୋରେସନ ଓ ଡେଭଲପମେଣ୍ଟ ନିର୍ଦ୍ଦେଶକ ଡ.ପି.ଚନ୍ଦ୍ର ଶେକରନ, ଡାଇରେକ୍ଟର ଅପରେସନ ପି.କେ. ଗୋସ୍ୱାମୀ ଏବଂ ସ୍ଥାନୀୟ ଆବାସିକ କାର୍ଯ୍ୟନିର୍ବାହୀ ଡି.କେ. ଦାସ ବାଗଜନ ଯାଇ ଆଲର୍ଟ ଏଣ୍ଡ ଅଏଲ ଟିମ୍‌ର ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି। ଅପର ଆସାମ ବେସିନ୍‌ ତିନସୁକିଆ ପେଟ୍ରୋଲିୟମ ମାଇନିଂ ଲିଜ୍‌ର  ଦିନଜାନ୍‌ -୧ କୂଅରେ ହାଇଡ୍ରୋକାର୍ବନ ଉପସ୍ଥିତି ଘୋଷଣାର ୨ ଦିନ ପରେ ଲାଗିଥିବା ନିଆଁ ନିୟନ୍ତ୍ରିତ ହେବା ସହ ନିର୍ବାପିତ ହୋଇଥିବାର ସୂଚନା ମିଳିଛି।

   Related Posts