ରାସ୍ତାରେ ପଡିଛି ବାଘର ମୃତଦେହ, ଗାଡି ଧକ୍କାରେ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | July 01, 2021 IST

ନୟାଗଡ଼/ଦଶପଲ୍ଲା, ୦୧/୦୭: ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ପଶ୍ଚିମ ବନ୍ୟପ୍ରାଣୀ ଅଞ୍ଚଳ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଟାକରା ଗ୍ରାମ ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି ।

ବୁଧବାର ରାତି ୧୦ଟା ସମୟରେ ବାଘ ରାସ୍ତା ପାରିହେଉଥିବାବେଳେ ଗାଡ଼ି ଧକ୍କା ଦେଇଥିବା ଜଣାପଡ଼ିଛି । ଖବର ପାଇ ବାଣିଗୋଚ୍ଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସଂସାର ଗାର୍ଗିଆ, ରାଜକିଶୋର ଶତପଥୀଙ୍କ ସହିତ ଅନ୍ୟ କର୍ମଚାରୀ ମୃତ ବାଘକୁ ଉଦ୍ଧାର କରିଛନ୍ତି ।

ବାଘର ବୟସ ୫ ବର୍ଷ ବୋଲି ଜଣାପଡ଼ିଛି । ଗୁରୁବାର ଦଶପଲ୍ଲା ପ୍ରାଣୀ ଚିକିତ୍ସାଳୟରେ ମୃତ ବାଘର ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.