Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବାଘଛାଲ ଜବତ, ବ୍ୟାଗ୍ ଫିଙ୍ଗି ଧାଇଁଲା ଅଭିଯୁକ୍ତ

9/06/2021 at 8:17 AM

ଭୋଗରାଇ, ୦୯|୦୬:  ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା କୋଷ୍ଟ କେନାଲ ରୋଡରୁ ବାଘ ଛାଲ ଜବତ । ୩ ଫୁଟ୍ ୪ ଇଞ୍ଚ ଲମ୍ବର ଏକ କଲରାପତରିଆ ବାଘ ଛାଲ ଜବତ କରିଛି ଲଙ୍ଗଳେଶ୍ବର ବନ ବିଭାଗ ।

ସୂଚନା ଅନୁସାରେ, ବୁଧବାର ବାଲେଶ୍ବର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଲଙ୍ଗଳେଶ୍ବର ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲୁଥିଲା । ଏହି  ସମୟରେ ମଧୁପୁରା  କୋଷ୍ଟ କେନାଲ ରୋଡ ରେ ଜନୈକ ବାଘଛାଲ ବେପାରୀ ୟୁନିଫର୍ମରେ ଥିବା ବନବିଭାଗର କର୍ମଚାରୀଙ୍କୁ ଦେଖି ବ୍ୟାଗକୁ ଫିଙ୍ଗି ଦେଇଥିଲେ ।

ଏହାପରେ ସେ କୋଷ୍ଟ କେନାଲ ନାଳ ଡେଇଁ ଚମ୍ପଟ ମାରିଥିଲେ ।  ଅଭିଯୁକ୍ତକୁ ଧରିବା ପାଇଁ ବନ ବିଭାଗର କର୍ମଚାରୀ ଚେଷ୍ଟା କରିଥିଲେ ମଧ୍ୟ ଅଭିଯୁକ୍ତ ଖସି ଯିବାକୁ ସକ୍ଷମ ହୋଇ ଥିଲା।  ବାଘ ଛାଲ ଭର୍ତ୍ତି ବ୍ୟାଗଟିକୁ ଜବତ କରି ଲଙ୍ଗଳେଶ୍ବର ଫରେଷ୍ଟ ଅଫିସକୁ ଆଣି ଅଧିକ ତଦନ୍ତ କରୁଛି ବନବିଭାଗ ।  ଜବତ ବାଘଛାଲ ଚାନ୍ଦିପୁର ଫରେଷ୍ଟ ରେଞ୍ଜ ଅଫିସକୁ ପଠାଯିବ ବୋଲି ଲଙ୍ଗଳେଶ୍ବର ବନପାଳ ସୂଚନା ଦେଇଛନ୍ତି ।

   Related Posts