ରିଲିଜ ହେଲା ‘ବାଗି ୩’ର ପୋଷ୍ଟର…ଦମ୍ଦାର ଲୁକ୍ରେ ଟାଇଗର
4/02/2020 at 11:10 AM

ମୁମ୍ବାଇ୪|୨: ଡାନ୍ସ, ଅଭିନୟ ଓ ଆକ୍ସନ ଫିଲ୍ମ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଥିବା ଅଭିନେତା ଟାଇଗର ଏବେ ନିଜ ଅପକମିଂ ଫିଲ୍ମ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ‘ବାଗି’, ‘ବାଗି ୨’ଫିଲ୍ମର ସଫଳତା ପରେ ଏବେ ଟାଇଗରଙ୍କ ଫିଲ୍ମ ବାଗି ୩ ରିଲିଜ ହେବ। ଫିଲ୍ମ ନିର୍ମାତା ଏହାର ପ୍ରଥମ ପୋଷ୍ଟର ରିଲିଜ୍ କରିଛନ୍ତି। ପୋଷ୍ଟରରେ ଟାଇଗରଙ୍କ ଦମ୍ଦାର ଲୁକ୍ ଦେଖିବାକୁ ମିଳିଛି।

ଏହି ଫିଲ୍ମର ୨ଟି ପାର୍ଟ ଦର୍ଶକଙ୍କୁ ବହୁତ ଭଲ ଲାଗିଥିଲା। ପ୍ରଥମ ବାଗିରେ ଟାଇଗରଙ୍କ ବିପକ୍ଷରେ ଶ୍ରଦ୍ଧା କପୁର ଅଭିନୟ କରିଥିଲେ। ଅପରପକ୍ଷରେ ବାଗି ୨ରେ ଟାଇଗରଙ୍କ ସହ ଦିଶା ପଟ୍ଟାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ହେଲେ ବାଗି ୩ରେ କିଛି ନୂଆ ଦେଖିବାକୁ ମିଳିବ। ପୋଷ୍ଟରରେ ଟାଇଗରଙ୍କୁ ଏକ ଆର୍ମି ଟ୍ୟାଙ୍କ୍ ସାମ୍ନାରେ ଛିଡ଼ା ହେବା ସହ ହାତରେ ରାଇଫଲ ଧରିଥବା ଦେଖିବାକୁ ମିଳିଛି। ଏଥର ଫିଲ୍ମରେ ଟାଇଗରଙ୍କ ସହ ବାପା ଜ୍ୟାକି ଶ୍ରଫ ମଧ୍ୟ ନଜର ଆସିବେ।

ଫିଲ୍ମରେ ଟାଇଗରଙ୍କ ପିତା ଭୂମିକାରେ ଅଭିନୟ କରିବେ ଜ୍ୟାକି। ପ୍ରଥମଥର ପାଇଁ ଜ୍ୟାକି ଓ ଟାଇଗର ଏକାଠି ପରଦାରେ ଅଭିନୟ କରିବେ। ରିଲ ଲାଇଫ୍ରେ ରିୟଲ ବାପାପୁଅଙ୍କ ଅଭିନୟ ଦେଖିବାକୁ ଦର୍ଶକ ଉତ୍ସାହିତ ଅଛନ୍ତି। ଫିଲ୍ମରେ ଅଭିନେତ୍ରୀ ଶ୍ରଦ୍ଧା କପୁର ଅଙ୍କିତା ଲୋଖଣ୍ଡେଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଚଳିତ ମାସ ୬ତାରିଖରେ ଫିଲ୍ମର ଟ୍ରେଲର ରିଲିଜ ହେବ ବୋଲି କୁହାଯାଇଛି। ତେବେ ୨ଟି ପାର୍ଟ ପରେ ବାଗି ୩ ଦର୍ଶକଙ୍କୁ କେତେ ପସନ୍ଦ ଆସିବ ତାହା ଦେଖିବା ବାକି ରହିଛି।