କ୍ରୁର ବର୍ବର ,ମୁଣ୍ଡ କାଟିବା ସହ ଯୌନ ଦାସୀ ହେବାକୁ ମନା କରୁଥିବା ୧୯ ଯୁବତୀଙ୍କୁ ଜୀବନ୍ତ ପିଞ୍ଜରା ଭିତରେ ଜାଳିଥିବା ଆତଙ୍କୀ ଆକ୍କା ଅବୁ ବକର ଅଲ ବାଗଦାଦି ନିହତ

Published By : Prameya-News7 Bureau | October 27, 2019 IST

ନ୍ୟୁୟର୍କ ୨୭।୧୦- ଆତଙ୍କୀଙ୍କ ଆକ୍କା । ଲାଡେନ, ଜଓ୍ବାହିରଠୁ ବି ବେଶୀ ଭୟଙ୍କର । ମୁଣ୍ଡ କାଟ କରିବାରେ ମାହିର । ବିଶ୍ବର ମୋଷ୍ଟ ଓ୍ବାଣ୍ଟେଡ । ହଜାର ହଜାର ନିରିହଙ୍କ ରକ୍ତରେ ହୋଲି ଖେଳିଥିବା ବର୍ବର, କ୍ରୁର, ପିଶାଚ । ISIS ସୁପ୍ରିମ କମାଣ୍ଡୋ । ଅବୁ ବକର ଅଲ ବାଗଦାଦି । ୧୬ ମେ’ ୨୦୧୦ । ISIS ମୁଖ୍ୟ ହୋଇଥିଲା ଅବୁ ବକର ଅଲ ବାଗଦାଦି । ଅଲକାଏଦା ମୁଖ୍ୟ ଅଲ ଜଓ୍ବାହିର ମୃତ୍ୟୁର ପ୍ରତିଶୋଷଧ ନେବାକୁ ଯେମିତି ଶପଥ ନେଇଥିଲା ବାଗଦାଦି । ମାତ୍ର ୪ ବର୍ଷ ମଧ୍ୟରେ ବନିଗଲା ବିଶ୍ବର ସବୁଠୁ ଖୁଁଖାର ଆତଙ୍କୀ । ଇଏ ସେଇ ଆତଙ୍କୀ, ଯାହାର ବର୍ବରତାରେ ସାରା ବିଶ୍ବ ଥରହର । କେତେବେଳେ ଗଳାକାଟି ହତ୍ୟା ତ କେତେବେଳେ ପିଞ୍ଜରା ଭିତରେ ଯୁବତୀଙ୍କୁ ଜୀବନ୍ତ ଜାଳି ଦେଉଥିଲା । ଏହାର ଅନେକ ଚିତ୍ର ସାମ୍ନାକୁ ଆସିଛି । ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ବାଗଦାଦି ନିହତ ହୋଇଥିବା କଥା ସୂଚନା ଦେଇଛନ୍ତି ।

{"id":175661}


ଇରାକ୍ ଏବଂ ସିରିୟାକୁ କବଜା କରିବା ଥିଲା ପ୍ରଥମ ଲକ୍ଷ୍ୟ । ଇରାକ ଏବଂ ସରିୟା ସହ ସାଇପ୍ରସ, ଜୋଡାନ, ତୁର୍କୀ, ଲେବାନାନ, ପାଲେଷ୍ଟାଇନ୍, ଇଜରାୟଲକୁ ମିଶାଇ ଇସଲାମିକ୍ ଷ୍ଟେଟ୍ ପ୍ରତିଷ୍ଠା କରିବା ।
ଇଏ ଏମିତି ଆତଙ୍କୀ ଯାହା ପାଇଁ ମୃତ୍ୟୁ ମାନେ ରଖେନି । ଜାନୁଆରୀ ୨୦୧୪ । ଇରାକର ମୋସୁଲ ଉପରେ କବଜା କରିଥିଲା ISIS । ୟାଜିଦ୍ ସମୁଦାୟର ୪୦ ହଜାର ଲୋକଙ୍କୁ ଟାର୍ଗେଟ କରିଥିଲା । ମୋସୁଲକୁ ଚାରିପଟୁ ଘେରିଯାଇଥିଲେ ISIS ଆତଙ୍କୀ । ଭୋକ ଉପାସରେ ଅନେକ ମହିଳା, ଶିଶୁ ଓ ବୃଦ୍ଧ ଆଖି ବୁଜିଲେ । ଇଏ ସେହି ସ୍ଥାନ ଯେଉଁଠି ଯୌନଦାସୀ ହେବାକୁ ରାଜି ନହେବାରୁ ୨୫୦ ମହିଳା, ଯୁବତୀଙ୍କୁ ହତ୍ୟା କରିଥିଲା ବାଗଦାଦି । ୧୯ ଜଣ ଯୁବତୀଙ୍କୁ ପିଞ୍ଜରା ଭିତରେ ଭର୍ତ୍ତି କରି ଜିଅନ୍ତା ଜାଳି ଦେଇଥିଲା ।

{"id":175662}


ଇଏ ସେଇ ବାଗଦାଦି ଯିଏ ଫ୍ରାନ୍ସ ଉପରେ କରିଥିଲା ଆକ୍ରମଣ । ଏମିତିକି ଆମେରିକାର ହ୍ବାଇଟ୍ ହାଉସକୁ ବି ଟାର୍ଗେଟ କରିଥିବାକଥା ସତର୍କ କରାଇ ଦେଇଥିଲା ଗୁଇନ୍ଦା ବିଭାଗ । ରସାୟନିକ ଯୁଦ୍ଧ ପାଇଁ ISIS ପ୍ରସ୍ତୁତ ହେଉଥିବା ସତର୍କ କରାଇଥିଲା ପ୍ରାନ୍ସ ଗୁଇନ୍ଦା ସଂସ୍ଥା । ବାଗଦାଦି ହେଉଛି ବିଶ୍ବର ସବୁଠୁ ଧନୀ ଆତଙ୍କୀ ସଂଗଠନର ମୁଖ୍ୟ ।ତେବେ ବାଗଦାଦି ଅର୍ଥ ପାଉଥିଲା କେଉଁଠୁ ? ଏହି ସଂଗଠନର କାରବାର ୨ ଟ୍ରିଲିୟନ ଡଲାରରୁ ଅଧିକ । ବାର୍ଷିକ ଆୟ ୨.୯ ବିଲିୟନ ଡଲାର । ମୂଳ ଆୟ କ୍ରୁଡ ଅଏଲ । ଏହା ପୂର୍ବରୁ ବ୍ୟାଙ୍କ୍ ଲୁଟ୍ ରେ ମାହିର ଥିଲା ବାଗଦାଦି । ଏଇ ସେଇ ଆତଙ୍କୀ ଯିଏ ଲାଡେନ ମୃତ୍ୟୁ ର ପ୍ରତିଶୋଷଧ ନେବାରୁ ବିଶ୍ବରେ ୧୦୦ ବଡ ଆତଙ୍କୀ ଆକ୍ରମଣ କରିବାର ଘୋଷଣା କରିଥିଲା । ଯାହାର ମୁଣ୍ଡ ପାଇଁ ଲାଗିଥିଲା ୨୫ ମିଲିୟନ ଡଲାର ।

{"id":175663}


ଇରାକ୍ ଏବଂ ସିରିୟାରେ ISIS ର ମୂଳପୋଛ ସତ୍ତ୍ୱେ ସମଗ୍ର ବିଶ୍ୱରେ ଆତଙ୍କବାଦୀ ଆକ୍ରମଣ ଭୟ ରହିଛି। ଆଇଏସ୍ ଆତଙ୍କୀ ୟୁରୋପ ଏବଂ ଆମେରିକାରେ ବହୁ ସଂଖ୍ୟାରେ ରହିଛନ୍ତି ଏବଂ ସେମାନେ ଲଗାତାର ବିପଦ ସୃଷ୍ଟି କରିଚାଲିବେ ବୋଲି ବୋଲି ସୁରକ୍ଷା ବିଶେଷଜ୍ଞ କହିଛନ୍ତି। ଗତ ବର୍ଷ ଆମେରିକା ଏବଂ ବ୍ରିଟେନରେ ହୋଇଥିବା ୫ଟି ବଡ଼ ଆତଙ୍କବାଦୀ ଆକ୍ରମଣ ପଛରେ ଆଇଏସ୍ ଆତଙ୍କବାଦୀଙ୍କ ହାତ ରହିଥିଲା। ପ୍ରକୃତରେ ଟ୍ରମ୍ପଙ୍କ ଟୁଇଟ୍ ସମଥିଙ୍ଗ ବିଗ୍ ହାଜ୍ ଜଷ୍ଟ ହାପେନ- ବାଗଦାଦିର ମୃତ୍ୟୁ ନେଇ ତା ହେଲେ ଏହା ନିଶ୍ଚିତ ସାରା ବିଶ୍ବ ପାଇଁ ଆଶ୍ବସ୍ତିର ଖବର ।
ବ୍ୟୁରୋ ରିପୋର୍ଟ, ନ୍ୟୁଜ ସେଭେନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.