Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଲାଡେନ, ଜଓ୍ବାହିରଠୁ ବି ବେଶୀ ଭୟଙ୍କର କିଏ ଏହି ନର ରାକ୍ଷସ ବାଗଦାଦୀ ? ଜାଣନ୍ତୁ ତା ବିଷୟରେ ସବିଶେଷ ତଥ୍ୟ…

28/10/2019 at 3:25 PM

ୱାସିଂଟନ୨୮|୧୦: ଆତଙ୍କୀଙ୍କ ଆକା । ଲାଡେନ୍  ଓ ଜୱାହାରୀଠୁ ବି ବେଶୀ ଭୟଙ୍କର । ମୁଣ୍ଡ କାଟିବାରେ ମାହିର ଥିଲା ବାଗଦାଦି । ତାର ଦର୍କାର ଥିଲା ନୀରିହଙ୍କ ରକ୍ତ । ତେବେ କିଏ ଏ ବାଗଦାଦି ? କେମିତି ସାରା ବିଶ୍ବରେ ଆତଙ୍କବାଦର ପ୍ରତୀକ ପାଲଟିଗଲା ? ବାଗଦାଦି ମୁଣ୍ଡ ପାଇଁ କେତେ ଟଙ୍କାର ପୁରସ୍କାର ଲାଗିଥିଲା ? କ’ଣ ଥିଲ ଏହି ଆତଙ୍କୀ ଆକ୍କାର ଲକ୍ଷ୍ୟ ? କେମିତି ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲା ISIS ମୁଖ୍ୟ ? କାହିଁକି ବାଗଦାଦିକୁ ସବୁଠୁ ଧନୀ ଆତଙ୍କୀ କୁହାଯାଏ ? ପଢନ୍ତୁଏହି ରିପୋର୍ଟ ..

ଆତଙ୍କୀଙ୍କ ଆକ୍କା । ଲାଡେନ, ଜଓ୍ବାହିରଠୁ ବି ବେଶୀ ଭୟଙ୍କର । ମୁଣ୍ଡ କାଟ କରିବାରେ ମାହିର । ବିଶ୍ବର ମୋଷ୍ଟ ଓ୍ବାଣ୍ଟେଡ । ହଜାର ହଜାର ନିରିହଙ୍କ ରକ୍ତରେ ହୋଲି ଖେଳିଥିବା ବର୍ବର, କ୍ରୁର, ପିଶାଚ । ISIS ସୁପ୍ରିମ କମାଣ୍ଡୋ । ଅବୁ ବକର ଅଲ ବାଗଦାଦି । ୧୬ ମେ’ ୨୦୧୦ । ISIS ମୁଖ୍ୟ ହୋଇଥିଲା ଅବୁ ବକର ଅଲ ବାଗଦାଦି । ଅଲକାଏଦା ମୁଖ୍ୟ ଅଲ ଜଓ୍ବାହିର ମୃତ୍ୟୁର ପ୍ରତିଶୋଷଧ ନେବାକୁ ଯେମିତି ଶପଥ ନେଇଥିଲା ବାଗଦାଦି । ମାତ୍ର ୪ ବର୍ଷ ମଧ୍ୟରେ ବନିଗଲା ବିଶ୍ବର ସବୁଠୁ ଖୁଁଖାର ଆତଙ୍କୀ । ଇଏ ସେଇ ଆତଙ୍କୀ, ଯାହାର ବର୍ବରତାରେ ସାରା ବିଶ୍ବ ଥରହର । କେତେବେଳେ ଗଳାକାଟି ହତ୍ୟା ତ କେତେବେଳେ ପିଞ୍ଜରା ଭିତରେ ଯୁବତୀଙ୍କୁ ଜୀବନ୍ତ ଜାଳି ଦେଉଥିଲା । ଏହାର ଅନେକ ଚିତ୍ର ସାମ୍ନାକୁ ଆସିଛି । 

ତେବେ କ’ଣ ତା ଲକ୍ଷ୍ୟ ? ଇରାକ୍ ଏବଂ ସିରିୟାକୁ କବଜା କରିବା ଥିଲା ପ୍ରଥମ ଲକ୍ଷ୍ୟ । ଇରାକ ଏବଂ ସରିୟା ସହ ସାଇପ୍ରସ, ଜୋଡାନ, ତୁର୍କୀ, ଲେବାନାନ, ପାଲେଷ୍ଟାଇନ୍, ଇଜରାୟଲକୁ ମିଶାଇ ଇସଲାମିକ୍ ଷ୍ଟେଟ୍ ପ୍ରତିଷ୍ଠା କରିବା । 

ଇଏ ଏମିତି ଆତଙ୍କୀ ଯାହା ପାଇଁ ମୃତ୍ୟୁ ମାଇନା ରଖେନି । ଜାନୁଆରୀ ୨୦୧୪ । ଇରାକର ମୋସୁଲ ଉପରେ କବଜା କରିଥିଲା ISIS । ୟାଜିଦ୍ ସମୁଦାୟର ୪୦ ହଜାର ଲୋକଙ୍କୁ ଟାର୍ଗେଟ କରିଥିଲା । ମୋସୁଲକୁ ଚାରିପଟୁ ଘେରିଯାଇଥିଲେ ISIS ଆତଙ୍କୀ । ଭୋକ ଉପାସରେ ଅନେକ ମହିଳା, ଶିଶୁ ଓ ବୃଦ୍ଧ ଆଖି ବୁଜିଲେ । ଇଏ ସେହି ସ୍ଥାନ ଯେଉଁଠି ଯୌନଦାସୀ ହେବାକୁ ରାଜି ନହେବାରୁ ୨୫୦  ମହିଳା, ଯୁବତୀଙ୍କୁ ହତ୍ୟା କରିଥିଲା ବାଗଦାଦି । ୧୯ ଜଣ ଯୁବତୀଙ୍କୁ ପିଞ୍ଜରା ଭିତରେ ଭର୍ତ୍ତି କରି ଜିଅନ୍ତା ଜାଳି ଦେଇଥିଲା ।

ଇଏ ସେଇ ବାଗଦାଦି ଯିଏ ଫ୍ରାନ୍ସ ଉପରେ କରିଥିଲା ଆକ୍ରମଣ । ଏମିତିକି ଆମେରିକାର ହ୍ବାଇଟ୍ ହାଉସକୁ ବି ଟାର୍ଗେଟ କରିଥିବାକଥା ସତର୍କ କରାଇ ଦେଇଥିଲା ଗୁଇନ୍ଦା ବିଭାଗ । ରସାୟନିକ ଯୁଦ୍ଧ ପାଇଁ ISIS ପ୍ରସ୍ତୁତ ହେଉଥିବା ସତର୍କ କରାଇଥିଲା ପ୍ରାନ୍ସ ଗୁଇନ୍ଦା ସଂସ୍ଥା । ବାଗଦାଦି ହେଉଛି ବିଶ୍ବର ସବୁଠୁ ଧନୀ ଆତଙ୍କୀ ସଂଗଠନର ମୁଖ୍ୟ ।ତେବେ ବାଗଦାଦି ଅର୍ଥ ପାଉଥିଲା କେଉଁଠୁ ? ଏହି ସଂଗଠନର କାରବାର ୨ ଟ୍ରିଲିୟନ ଡଲାରରୁ ଅଧିକ । ବାର୍ଷିକ ଆୟ ୨.୯ ବିଲିୟନ ଡଲାର । ମୂଳ ଆୟ କ୍ରୁଡ ଅଏଲ । ଏହା ପୂର୍ବରୁ ବ୍ୟାଙ୍କ୍ ଲୁଟ୍ ରେ ମାହିର ଥିଲା ବାଗଦାଦି । ଏଇ ସେଇ ଆତଙ୍କୀ ଯିଏ ଲାଡେନ ମୃତ୍ୟୁ ର ପ୍ରତିଶୋଷଧ ନେବାରୁ ବିଶ୍ବରେ ୧୦୦ ବଡ ଆତଙ୍କୀ ଆକ୍ରମଣ କରିବାର ଘୋଷଣା କରିଥିଲା । ଯାହାର ମୁଣ୍ଡ ପାଇଁ ଲାଗିଥିଲା ୨୫ ମିଲିୟନ ଡଲାର । 

ଇରାକ୍ ଏବଂ ସିରିୟାରେ ISIS ର ମୂଳପୋଛ ସତ୍ତ୍ୱେ ସମଗ୍ର ବିଶ୍ୱରେ ଆତଙ୍କବାଦୀ ଆକ୍ରମଣ ଭୟ ରହିଛି। ଆଇଏସ୍ ଆତଙ୍କୀ ୟୁରୋପ ଏବଂ ଆମେରିକାରେ ବହୁ ସଂଖ୍ୟାରେ ରହିଛନ୍ତି ଏବଂ ସେମାନେ ଲଗାତାର ବିପଦ ସୃଷ୍ଟି କରିଚାଲିବେ ବୋଲି ବୋଲି ସୁରକ୍ଷା ବିଶେଷଜ୍ଞ କହିଛନ୍ତି। ଗତ ବର୍ଷ ଆମେରିକା ଏବଂ ବ୍ରିଟେନରେ ହୋଇଥିବା ୫ଟି ବଡ଼ ଆତଙ୍କବାଦୀ ଆକ୍ରମଣ ପଛରେ ଆଇଏସ୍ ଆତଙ୍କବାଦୀଙ୍କ ହାତ ରହିଥିଲା। ଯଦି ପ୍ରକୃତରେ ଟ୍ରମ୍ପଙ୍କ ଟୁଇଟ୍ ସମଥିଙ୍ଗ ବିଗ୍ ହାଜ୍ ଜଷ୍ଟ ହାପେନ- ବାଗଦାଦିର ମୃତ୍ୟୁ ନେଇ ତା ହେଲେ ଏହା ନିଶ୍ଚିତ ସାରା ବିଶ୍ବ ପାଇଁ ଆଶ୍ବସ୍ତିର ଖବର ।

   Related Posts