ବଗଲା ଧର୍ମଶାଳା ଜମି ବିବାଦ ମାମଲା : ପ୍ରତି ଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
11/01/2021 at 5:07 PM

କଟକ ୧୧।୧: ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ପ୍ରତି ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ତା ପୂର୍ବରୁ ରିଜେଣ୍ଡର ବା ପ୍ରତି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି ।
ବିଜେପି ନେତା ସମ୍ବିତ ପାତ୍ର ଓ ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆ ଙ୍କ ପକ୍ଷରୁ ଏହି ମାମଲା ଦାଏର ହୋଇଛି । ଏହି ମାମଲାରେ ରାଜସ୍ବ ପରିଷଦ ସଦସ୍ୟ, ପୁରୀ କୋଣାର୍କ ଉନ୍ନୟନ ଅଧିକାରୀ, ଓଡିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନ, ପୁରୀ ମ୍ୟୁନିସିପାଲିଟ, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ତହସିଲଦାର, ପୁରୀ ଜିଲ୍ଲାପାଳ ଆଦିଙ୍କୁ ପକ୍ଷଭୁକ୍ତ କରାଯାଇଛି । ତେବେ ୨ଟି ପୃଥକ ପୃଥକ ମାମଲା ଦାଏର ହୋଇଥିବା ବେଳେ ଉଭୟ ମାମଲାର ଏବେ ଏକତ୍ର ଶୁଣାଣି କରୁଛନ୍ତି ହାଇକୋର୍ଟ ।
Related Posts
ଆସିକା ପୋଲିସକୁ ବଡ ସଫଳତା, ୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ
16 January 2021