ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର

Published By : Prameya-News7 Bureau | April 15, 2021 IST

ସୁନ୍ଦରଗଡ଼ ୧୫।୦୪ : ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ  ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନେଉଛି ପ୍ରଶାସନ । ଏହିପ୍ରରିପେକ୍ଷୀରେ ସୁନ୍ଦରଗଡ଼ର ଏକ ପଞ୍ଚାୟତକୁ ୩ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ।

{"id":438540,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ସୁନ୍ଦରଗଡ଼ ବଡଗାଁ ପଞ୍ଚାୟତରେ କରୋନା ସଂକ୍ରମଣ ବଢିଚାଲିଛି । ତେଣୁ ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ସ୍ଥାନୀୟ ସରପଞ୍ଚ । ବଡ଼ଗାଁକୁ ୩ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ୧୫ ତାରିଖରୁ ୧୭ ଯାଏଁ ପଞ୍ଚାୟତର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରବିବାର ଦିନ ହେବାକୁ ଥିବା ସାପ୍ତାହିକ ହାଟ ଓ ଗୁରୁବାର ବସୁଥିବା ହଟଲି ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରପଞ୍ଚ । ଯଦି କେହି ବି କୋଭିଡ଼ କଟକଣାକୁ ଉଲ୍ଲଂଘନ କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.