ମାଛ ଧରୁ ଧରୁ ମିଳିଲା ବ୍ୟାଗ ଭର୍ତ୍ତି ନୋଟ୍, କିନ୍ତୁ ଖୁସି...

Published By : Prameya-News7 Bureau | July 23, 2020 IST

ବାରଙ୍ଗ୨୩/୭: ମାଛଧରା ଜାଲରେ ଲାଗିଲା ଲକ୍ଷାଧିକ ଟଙ୍କା ଭର୍ତ୍ତି ବ୍ୟାଗ । ବାରଙ୍ଗ-ପୁରୀ ମୁଖ୍ୟ କେନାଲ ମରିଚିଆ ସାଇଫନ୍‌ ପାଖରେ ଜଣେ ବ୍ୟକ୍ତି ମାଛ ମାରୁଥିବାବେଳେ ତାଙ୍କ ଜାଲରେ ୫୦୦ ଓ ୧୦୦୦ ଟଙ୍କିଆ ଅଚଳ ନୋଟ୍‌ ଭର୍ତ୍ତି ଏକ ବ୍ୟାଗ୍‌ ଲାଗିଥିଲା, ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଅନୁଯାୟୀ, ମରିଚିଆର ତ୍ରିଲୋଚନ ରାଉତ ସବୁଦିନ ପରି ବୁଧବାର ସକାଳେ ପୁରୀ ମୁଖ୍ୟ କେନାଲରେ ମାଛ ମାରୁଥିଲେ । ଜାଲ ଉଠାଇବା ବେଳକୁ ସେଥିରେ ଏକ ବ୍ୟାଗ୍‌ ଲାଗିଥିଲା । ଖୋଲିବା ପରେ ସେଥିରୁ ବିଡ଼ା ବିଡ଼ା ପୁରୁଣା ନୋଟ୍‌ ମିଳିଥିଲା । ଏହା ଦେଖି ତ୍ରିଲୋଚନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ଟଙ୍କା ବ୍ୟାଗରୁ ବାହାରି ପାଣିରେ ମଧ୍ୟ ଭାସୁଥିଲା । ଉପସ୍ଥିତ ଲୋକମାନେ କିଛି ନୋଟ୍‌ ନେଇଯାଇଥିଲେ । ଅବଶିଷ୍ଟ ସବୁ ଟଙ୍କା ତାଙ୍କ ପାଖରେ ଥିବା ତ୍ରିଲୋଚନ କହିଛନ୍ତି । ଦୁଇ ବର୍ଷ ତଳେ କେନ୍ଦ୍ର ସରକାର ନୋଟ୍‌ ବନ୍ଦି ଘୋଷଣା କରିବା ପରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯାଇଥିଲା । ତେଣୁ କେହି ଜଣେ ବ୍ୟକ୍ତି ଉକ୍ତ ପୁରୁଣା ଟଙ୍କା ଭର୍ତ୍ତି ବ୍ୟାଗ୍‌ କେନାଲରେ ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.