ବ୍ୟାଗରୁ ଉଦ୍ଧାର ହେଲା ଶିଶୁକନ୍ୟା, ଜନ୍ମ କଲା ପରେ ରାସ୍ତାକଡରେ ଫିଙ୍ଗି ଦେଇଥିଲା ମାଆ

Published By : Prameya-News7 Bureau | November 28, 2021 IST

ନିମାପଡା,୨୮/୧୧:  ଅଲୋଡା ଶିଶୁକନ୍ୟା । ନିମାପଡା-ପିପିଲି ଅନ୍ତର୍ଗତ  ସାତଶଙ୍ଖ-ବଳଙ୍ଗା ମୁଖ୍ୟ ରାସ୍ତା  କଡ଼ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର ହୋଇଛି ।

ଚୋରପଡ଼ା ଠାରେ ରବିବାର ସକାଳେ କିଛି ବ୍ୟକ୍ତି ଏକ ଶିଶୁ କନ୍ୟାକୁ ଦେଖିଥିଲେ । କନ୍ୟାଟି ଜୀବିତ ଥିଲା । ତୁରନ୍ତ ତାକୁ ଉଦ୍ଧାର କରିଥିଲେ ଗ୍ରାମବାସୀ । କପଡା ଘୋଡାଇ ମାଆ ଶିଶୁଟିକୁ ଏକ ବ୍ୟାଗ ଭିତରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା ବୋଲି କୁହାଯାଉଛି । ଶିଶୁଟିକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।  ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.