Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟଙ୍କା ଭର୍ତ୍ତି ବ୍ୟାଗ୍ ଟ୍ରେନ୍‌ରେ ଛାଡି ପଳାଇଲେ ବ୍ୟକ୍ତି, ବ୍ୟାଗ୍ ଉଦ୍ଧାର କଲା ଆରପିଏଫ୍

19/01/2020 at 12:35 PM

ରାୟଗଡା ୧୯।୧: ରାୟଗଡାରେ ୪ ଲକ୍ଷ ୫୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍ ଉଦ୍ଧାର ହୋଇଛି । ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସରୁ ଉଦ୍ଧାର କରିଛନ୍ତି ଆରପିଏଫ କର୍ମଚାରୀ । ଜଣେ ଯାତ୍ରୀ ଟଙ୍କା ଭର୍ତ୍ତି ବ୍ୟାଗ୍ ବି-୪ ବଗିରେ ଛାଡି ଚାଲି ଯାଇଥିଲେ । ଏନେଇ ସୂଚନା ମିଳିବା ପରେ ଥେରୁବାଲି ଷ୍ଟେସନରୁ ଉଦ୍ଧାର ସୁରକ୍ଷିତ ଭାବେ ଟଙ୍କା ଭର୍ତ୍ତି ବ୍ୟାଗ୍ ଉଦ୍ଧାର କରାଯାଇଛି । ତେବେ ଏହି ଟଙ୍କା କିଏ ନେଉଥିଲା ଏବଂ କେଉଁ କାର୍ଯ୍ୟରେ ନିୟୋଜିତ କରିବା ଲାଗି ଟଙ୍କା ନିଆଯାଉଥିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । କାହିଁକି ଟଙ୍କା ବ୍ୟାଗ୍ ଛାଡି ପଳାଇଛନ୍ତି ତାର ତଦନ୍ତ ଜାରି ରଖିଛି ଆରପିଏଫ୍ ।

   Related Posts