Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

BAFTA ରେ ଋଷି କପୁର ଏବଂ ଇରଫାନ ଖାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି, ଇମୋସନାଲ୍ ହେଲେ ଫ୍ୟାନ୍ସ

12/04/2021 at 12:56 PM

ନୂଆଦିଲ୍ଲୀ ୧୨/୦୪: ନିକଟରେ ୭୪ତମ ବ୍ରିଟିଶ ଏକାଡେମୀ ଫିଲ୍ମ ଆୱାର୍ଡ (BAFTA) ଅନୁଷ୍ଠିତ ହୋଇଥିଲା । ଏହି ଆୱାର୍ଡ ସମାରୋହ ଏପ୍ରିଲ୍ ୧୦ ଏବଂ ୧୧ରେ ରୟାଲ ଆଲବର୍ଟ ହଲରେ ଅନୁଷ୍ଠିତ ହୋଇଥିଲା । ବ୍ରିଟିଶ ଏକାଡେମୀ ଫିଲ୍ମ ଆୱାର୍ଡରେ ଗ୍ଲୋବାଲ୍ ଷ୍ଟାର ଭାବରେ ମାନ୍ୟତା ପାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଉପସ୍ଥାପନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲିଉଡର ସ୍ୱର୍ଗତ ଦିଗଜ ଅଭିନେତା ଋଷି କପୁର ଏବଂ ଇରଫାନ ଖାନଙ୍କୁ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ରବିବାର ରାତିରେ ଋଷି କପୁର ଏବଂ ଇରଫାନ ଖାନଙ୍କ ପାଇଁ ଏହି ବିଶେଷ ବିଭାଗ ଅନୁଷ୍ଠିତ ହୋଇଥିଲା ।

BAFTA: Home of the British Academy of Film and Television Arts

ବାସ୍ତବରେ ବ୍ରିଟିଶ ଏକାଡେମୀ ଫିଲ୍ମ ଆୱାର୍ଡ ସମାରୋହରେ ଋଷି କପୁର ଏବଂ ଇରଫାନ ଖାନଙ୍କ ପାଇଁ ଏକ ମେମୋରିୟମ ସେଗମେଣ୍ଟ ରଖାଯାଇଥିଲା । ଯେଉଁଥିରେ ଏହି ଉଭୟ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଗତ ବର୍ଷ ଏପ୍ରିଲରେ ଉଭୟ କଳାକାରଙ୍କର ମୃତ୍ୟୁ ହୋଇଥିଲା । BAFTA ଭାରତର ଦିଗଜ ଅଭିନେତାଙ୍କ ସମ୍ମାନରେ ଫ୍ୟାନ୍ସମାନେ ଇମୋସନାଲ୍ ହୋଇପଡିଥିବା ଦେଖାଯାଇଛି ।

Irrfan Khan had stated such a factor about Rishi Kapoor, you'll cry after  listening to today! - OBN

୨୯ ଏପ୍ରିଲ ୨୦୨୦ ରେ ଇରଫାନ ଖାନଙ୍କର ମୃତ୍ୟୁ ହୋଇଥିଲା । ସେ ଦୀର୍ଘ ବର୍ଷ ଧରି ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର୍ ସହିତ ଲଢୁଥିଲେ । ତାଙ୍କର ଗୋଟିଏ ଦିନପରେ ଅଭିନେତା ଋଷି କପୁର ମଧ୍ୟ ଏହି ଦୁନିଆକୁ ବିଦାୟ ଦେଇଥିଲେ । ଉଭୟ ଅଭିନେତାଙ୍କ ଦେହାନ୍ତ ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଧକ୍କା ଦେଇଥିଲା ।

ଋଷି କପୁର ଏବଂ ଇରଫାନ ଖାନଙ୍କ ବ୍ୟତୀତ BAFTA ଜର୍ଜ ସେଗାଲ, ବାର୍ବାରା ୱିଣ୍ଡସର, ଅଲିଭିଆ ଡି ହାଭିଲାଣ୍ଡ, ସଚିନ କନେରୀ, ୟାପେଟ କୋଟୋ, ଖ୍ରୀଷ୍ଟୋଫର ପ୍ଲମର, ଚାଡୱିକ ବୋସମାନ, ଆଲାନ ପାର୍କର, ମ୍ୟାକ୍ସ ଭନ ସିଡୋ ଏବଂ କିର୍କ ଡଗଲାସଙ୍କୁ ମଧ୍ୟ ସମାରୋହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।  

   Related Posts