Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୨୪ ଘଣ୍ଟାରେ ୧୪୯ ନୂଆ ମାମଲା : ୭୭୫ କରୋନା ସଂକ୍ରମିତ ସକ୍ରିୟ

28/03/2020 at 10:34 AM

ନୂଆଦିଲ୍ଲୀ ୨୮/୦୩ : ଦେଶରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪୯ ନୂଆ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୦୦ ଅତିକ୍ରମ କରିଛି। ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୮୭୩ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସକାଳ ୯.୩୦ ସୁଦ୍ଧା ଦେଶରେ ୭୭୫ ଟି ସକ୍ରିୟ ମାମଲା ରହିଛି। ଏଥିସହ ଡାକ୍ତରଖାନାରେ ଚିକିତ୍ସା ପରେ ୭୮ ଜଣ ଲୋକ ସୁସ୍ଥ ହୋଇଛନ୍ତି। ଦେଶରେ ବର୍ତ୍ତମାନ କୋରାନାରୁ ମୃତ୍ୟୁ ସଂଖ୍ୟା ୧୯ ରହିଛି।

ଏହାପୂର୍ବରୁ ଶୁକ୍ରବାର ଦିନ ଦେଶରେ ୧୨୫ ଟି ନୂତନ କରୋନା ସଂକ୍ରମଣ ହୋଇଥିବାବେଳେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୦୦ ଅତିକ୍ରମ କରିଛି। ଏଥିରେ ୪୭ ବିଦେଶୀ ନାଗରିକ, ୨୦ ଜଣ ଲୋକ କରୋନା କାରଣରୁ ପ୍ରାଣ ହରାଇଛନ୍ତି ଏବଂ ୬୭ ଜଣ ସୁସ୍ଥ ବ୍ୟକ୍ତି ଅଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ବିମାନବନ୍ଦରରେ ୧୫,୨୪,୨୬୬ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଇଛି | ମହାରାଷ୍ଟ୍ର ପରେ କେରଳରେ ସର୍ବାଧିକ ସଂଖ୍ୟକ କରୋନା ଜୀବାଣୁ ସକରାତ୍ମକ ମାମଲା ରହିଛି। ମାର୍ଚ୍ଚ ୨୭ ତାରିଖ ସୁଦ୍ଧା କେରଳରେ ୧୭୬ ଟି ମାମଲା ଏବଂ ମହାରାଷ୍ଟ୍ରରେ ୧୫୩ ଟି ମାମଲା ସାମ୍ନାକୁ ଆସିଛି ।

   Related Posts