ବାଦଶାହାଙ୍କ ନୂଆ ଗୀତ 'ଗେନ୍ଦା ଫୁଲ' ରେ ବାବା ଜ୍ୟାକସନଙ୍କ ଡ୍ୟାନ୍ସ କଲା ଧମାକା

Published By : Prameya-News7 Bureau | April 11, 2020 IST

ମୁମ୍ବାଇ ୧୧/୦୪ : ସୋସିଆଲ ମିଡ଼ିଆ ସେନ୍ସେସନ ଯୁବରାଜ ସିଂହ (ବାବା ଜ୍ୟାକସନ) ନିକଟରେ ନିଜର ୟୁନିକ ଡ୍ୟାନ୍ସ ଷ୍ଟାଇଲ ପାଇଁ ଲୋକପ୍ରିୟ ହୋଇଛନ୍ତି | ତାଙ୍କ ଡ୍ୟାନ୍ସ ଷ୍ଟାଇଲ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତଙ୍କୁ ବହୁତ ପସନ୍ଦ ଆସିଛି | ଅଭିନେତା ହ୍ରିତିକ ରୋଶନ ମଧ୍ୟ ତାଙ୍କ ଡ୍ୟାନ୍ସର ବହୁତ ପ୍ରଶଂସା କରିଛନ୍ତି | ବାବା ଜ୍ୟାକସନଙ୍କ ଆଉ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି | ଏଥିରେ ସେ ରାପର ବାଦଶାହଙ୍କ ନୂଆ ଗୀତ 'ଗେନ୍ଦା ଫୁଲ' ଗୀତରେ ଡ୍ୟାନ୍ସ କରିଛନ୍ତି | ତାଙ୍କର ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି | ବାବା ଜ୍ୟାକସନଙ୍କ ଏହି ଭିଡିଓକୁ ବାଦଶାହ ମଧ୍ୟ ସେୟାର କରିଛନ୍ତି | 

ବାବା ଜ୍ୟାକସନଙ୍କ ଏହି ଦ୍ଵନ୍ଦ୍ଵ ଭିଡିଓକୁ ବାଦଶାହ କିଛି ଘଣ୍ଟା ପୂର୍ବରୁ ହିଁ ଇନ୍ସଟାଗ୍ରାମରେ ସେୟାର କରିଛନ୍ତି | କିଛି ସମୟରେ ଏହି ଭିଡିଓକୁ ୨ ଲକ୍ଷରୁ ଅଧିକ ୟୁଜର ଦେଖି ସାରିଛନ୍ତି | ବାଦଶାହ ଏଥିରେ କ୍ୟାପସନ ଦେଇଛନ୍ତି, 'ନିଆଁ ଲଗାଇଲେ ବାବା ଜ୍ୟାକସନ' | ପ୍ରଶଂସକ ମଧ୍ୟ ଭିଡିଓରେ ପ୍ରତିକ୍ରିୟା ରଖିଛନ୍ତି | ବାଦଶାହଙ୍କ ଗେନ୍ଦା ଫୁଲ ଗୀତ କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା | ଏହି ଗୀତରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ଅଭିନୟ କରିଛନ୍ତି |

ପ୍ରସିଦ୍ଧ ଡ୍ୟାନ୍ସର ମାଇକଳ ଜ୍ୟାକସନଙ୍କ ଭଳି ଡ୍ୟାନ୍ସ କରୁଥିବା ଯୋଗୁଁ ସେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଛାଇ ରହିଛନ୍ତି | ସେ ଛୋଟ ପରଦାର ରିଆଲିଟି ଶୋ ଇଣ୍ଡିଆସ ବେଷ୍ଟ ଡ୍ୟାନ୍ସର କାର୍ଯ୍ୟକ୍ରମରେ ମଧ୍ୟ ନଜର ଆସିଥିଲେ|

ବାବା ଜ୍ୟାକସନଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହୋଇଥିଲା | ଏହି ଭିଡିଓରେ ଯୁବରାଜ ମାଇକଳ ଜ୍ୟାକସନଙ୍କ ଭଳି ମୁନ ୱାର୍କ କରିଥିଲେ | ହ୍ରିତିକ୍ ରୋଶନ ତାଙ୍କ ଡ୍ୟାନ୍ସରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ଯୁବରାଜଙ୍କ ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ | ଏହି ଭିଡିଓରେ ସେ କ୍ୟାପସନ ଦେଇଥିଲେ, "ସବୁଠାରୁ ସ୍ମୁଥ୍ ଏୟାରୱାର୍କର, କିଏ ଏହି ଯୁବକ ?"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.