ମେ’ ୧୮ରେ ଖୋଲିବ ବଦ୍ରୀନାଥ ମନ୍ଦିର କବାଟ: ବସନ୍ତ ପଞ୍ଚମୀରେ ଘୋଷଣା ହେଲା ଶୁଭ ମୁହୂର୍ତ୍ତ
16/02/2021 at 4:23 PM

ଡେରାଡୁନ ୧୬/୦୨ : ଉତ୍ତରାଖଣ୍ଡ ଚମୋଲିର ଗଢଵାଲ ଜିଲ୍ଲାରେ ସ୍ଥିତ ଦେଶର ଚାରଧାମ ମଧ୍ୟରୁ ଗୋଟିଏ ପ୍ରସିଦ୍ଧ ବଦ୍ରୀନାଥ ମନ୍ଦିର କବାଟ ମେ’୧୮ ତାରିଖ ସକାଳେ ଖୋଲାଯିବ। ମଙ୍ଗଳବାର ଦିନ ଏକ ଅଫିସିଆଲ ବୟାନରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ବସନ୍ତ ପଞ୍ଚମୀ ଅବସରରେ ନରେନ୍ଦ୍ର ନଗର ରାଜମହଲରେ ମନ୍ଦିର କବାଟ ଖୋଲିବାକୁ ଶୁଭ ମୁହୂର୍ତ୍ତ ଘୋଷଣା କରାଯାଇଛି। ମେ’ ୧୮ ତାରିଖ ସକାଳ ୪ଟା ୧୫ ମିନିଟରେ ଶ୍ରଦ୍ଧାଳୁଙ୍କ ପାଇଁ ବଦ୍ରୀନାଥ ମନ୍ଦିର କବାଟ ଖୋଲି ଦିଆଯିବ।

ସମସ୍ତ ଧାର୍ମିକ ଅନୁଷ୍ଠାନ ଓ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ମନ୍ଦିର ମୁଖ୍ୟ ପୂଜାରୀ ଈଶ୍ୱରୀ ପ୍ରସାଦ ନାମ୍ବୁଦରି ପୂଜା କରିବେ। ନଭେମ୍ବର ୧୯ ତାରିଖରେ ଶୀତ ଯୋଗୁଁ ମନ୍ଦିର ବନ୍ଦ କରିଦିଆ ଯାଇଥିଲା। ଏଠାରେ ଶ୍ରଦ୍ଧାଳୁ ଚାରଧାମ ଯାତ୍ରା ସମାପନ କରିଥାନ୍ତି। ଏହି ଚାରଧାମ ଯାତ୍ରାକୁ ଗଢଵାଲ ଅଞ୍ଚଳରେ ରୋଜଗାରର ଏକ ପ୍ରମୁଖ ସ୍ରୋତ ବୋଲି କୁହାଯାଏ। ପ୍ରତିବର୍ଷ ଏପ୍ରିଲ-ମେ’ ରୁ ଆରମ୍ଭ ହୋଇ ଅକ୍ଟୋବର-ନଭେମ୍ବର ମାସରେ ସମାପନ ହୋଇଥାଏ।

ମନ୍ଦିର କବାଟ ବନ୍ଦ କରିବ ପୂର୍ବରୁ ଭଗବାନଙ୍କୁ ଶୀତବସ୍ତ୍ର ପିନ୍ଧା ଯାଇଥିଲା। ଏହି ବସ୍ତ୍ରରେ ଘିଅ ଲଗାଯାଇଥାଏ। ଏଠାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଅତ୍ମୀୟତା ଓ ଭକ୍ତିଭାବର ଦର୍ଶନ ହୋଇଥାଏ। ପ୍ରଭୁଙ୍କୁ ଯେପରି ଶୀତ ନ ଲାଗେ, ସେହି ଧାରଣାରେ ଅତ୍ମୀୟତା ଓ ସ୍ନେହ କାରଣରୁ ଭଗବାନଙ୍କୁ ଶୀତବସ୍ତ୍ର ପିନ୍ଧା ଯାଇଥାଏ। ଏହାକୁ ଘୃତ ବୋଲି କୁହାଯାଏ। ଏହାକୁ ଭାରତର ଅନ୍ତିମ ଗାଁ ମାଣାର କନ୍ୟା ବୁଣନ୍ତି ଓ ଭଗବାନଙ୍କୁ ଦିଅନ୍ତି। ଏହାକୁ ଭଗବାନଙ୍କ ପ୍ରତି ସମ୍ମାନ ଓ ଆଦର ଭାବେ ଗ୍ରହଣ କରାଯାଏ।

ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ କବାଟ ଖୋଲିଲେ ଯେପରି ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ କରିବାକୁ ଆସିଥାନ୍ତି ଠିକ ସେହିଭଳି ଶୀତକାଳରେ କବାଟ ବନ୍ଦ ହେଲେ ଦେବତା ଭଗବାନଙ୍କ ଦର୍ଶନ ପାଇଁ ଆସନ୍ତି।