Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଆଜିଠାରୁ ଛଅ ମାସ ପାଇଁ ବଦ୍ରିନାଥ ବନ୍ଦ

17/11/2019 at 8:48 AM

ଉତ୍ତରାଖଣ୍ଡ ୧୭।୧୧: ଆଜିଠାରୁ ଛଅ ମାସ ପାଇଁ ବଦ୍ରିନାଥ ବନ୍ଦ । ଶୀତ ଋତୁ ପାଇଁ ବଦ୍ରିନାଥ ଧାମର କବାଟ ଆଜି ସନ୍ଧ୍ୟା ୫ଟା ୧୩ ମିନଟରେ ବନ୍ଦ କରାଯିବ । ଶନିବାର ଭଗବାନ ବଦ୍ରିନାଥ ଧାମକୁ ୫୫ କୁଇଣ୍ଟାଲ ଫୁଲରେ ସଜା ଯାଇଛି । ଭଗବାନଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ଦୂରରୁ ଶ୍ରଦ୍ଧାଳୁମାନେ ଆସିଛନ୍ତି । ଅପରାହ୍ଣରେ ଭୋଗ ଲାଗିବା ପରେ ସନ୍ଧ୍ୟାରେ କବାଟ ବନ୍ଦ କରି ଦିଆଯିବ । ଏହା ପୂର୍ବରୁ କବାଟ ବନ୍ଦ କରିବା ପାଇଁ ମୁଖ୍ୟ ପୂଜାରୀ  ସ୍ତ୍ରୀ ରୂପରେ ଆସି କବାଟ ବନ୍ଦ କରିବେ । କୁହାଯାଏ, ବଦ୍ରିନାଥଙ୍କୁ ୬ ମାସ ମନୁଷ୍ୟମାନେ ପୂଜା କରିଥାନ୍ତି ଏବଂ ଆଉ ୬ ମାସ ଦେବତାମାନେ ପୂଜା କରନ୍ତି। ଗ୍ରୀଷ୍ମକାଳରେ ମନୁଷ୍ୟମାନେ ଏଠାରେ ଭଗବାନ ବଦ୍ରିବିଶାଳଙ୍କ ପୂଜା କରୁଥିବା ବେଳେ ଶୀତଋତୁରେ ଦେବତାମାନେ ପୂଜାର୍ଚ୍ଚନା କରିଥାନ୍ତି । ଚଳିତ ବର୍ଷ ବଦ୍ରିନାଥ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ଧାମକୁ ୧୨ ଲକ୍ଷ ୨୫ ହଜାର ଶ୍ରଦ୍ଧାଳୁ ଆସିଛନ୍ତି । ଯାହାକି ଗତ ବର୍ଷ ତୁଳନାରେ ଅଧିକ ବୋଲି ଜଣାପଡ଼ିଛି ।

   Related Posts