କରୋନା ବିପଦ: ଏପ୍ରିଲ ୨୪ରେ ଆରମ୍ଭ ହେବ ବଦ୍ରିନାଥ ପାଇଁ ତେଲ କଳସ ଯାତ୍ରା

Published By : Prameya-News7 Bureau | April 06, 2020 IST

ନୂଆ ଟିହରି ୦୬/୦୪ : କରୋନା ମହାମାରୀ ଯୋଗୁଁ ବଦ୍ରିନାଥ ତେଲ କଳସ ଯାତ୍ରାର ତାରିଖକୁ ଚଳିତ ବର୍ଷ ଏପ୍ରିଲ ୨୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି | ଟିହରି ରାଜଦରବାର ନରେନ୍ଦ୍ର ନଗର ଦେଇଥିବା ସୂଚନା ଅନୁଯାୟୀ, ଏପ୍ରିଲ ୩୦ ତାରିଖରେ ଧାମ କପାଟ ଖୋଲିବା ପୂର୍ବରୁ ହେବାକୁ ଥିବା କଳସ ଯାତ୍ରା ଏପ୍ରିଲ ୧୮ ତାରିଖରେ ହେବାକୁ ଥିଲା କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି କଳସ ଯାତ୍ରା ଏପ୍ରିଲ ୨୪ ତାରିଖରେ କରିବାକୁ ଧାର୍ଯ୍ୟ କରାଯାଇଛି |
ଗାଡୁ ଘଟା ତେଲ କଳସ ଯାତ୍ରା ଏପ୍ରିଲ ୨୪ ତାରିଖରେ ରାଜଦରବାର ନରେନ୍ଦ୍ର ନଗର ଟିହରି ଗଢ଼ୱାଲରୁ ଶାନ୍ତିପୂର୍ଣ ଭାବେ ଆରମ୍ଭ ହେବ |

ଏପ୍ରିଲ୍ ୨୬ ତାରିଖରେ ଡିମରରେ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ତେଲ କଳସ ପୂଜାର୍ଚ୍ଚନା କରାଯିବ | ଏହା ପରେ ନୃସିଂହ ମନ୍ଦିର ଜୋଶିମଠ, ଯୋଗ-ଧ୍ୟାନ ବଦ୍ରି ପାଣ୍ଡୁକେଶ୍ୱର ଦେଇ ଏପ୍ରିଲ ୩୦ ତାରିଖରେ ବଦ୍ରିନାଥରେ ପହଞ୍ଚିବେ | ଏପ୍ରିଲ ୩୦ ତାରିଖ ସକାଳେ ଶ୍ରୀ ବଦ୍ରିନାଥ ଧାମଙ୍କ ଦ୍ୱାର ଖୋଲିବ | ଭାରତର ଚାରୋଟି ଧାମ ମଧ୍ୟରୁ ବଦ୍ରିନାଥ ହିନ୍ଦୁମାନଙ୍କର ମୁଖ୍ୟ ଧାର୍ମିକ ସ୍ଥାନ ଅଟେ। ଏହାକୁ ଦ୍ୱିତୀୟ ବୈକୁଣ୍ଠ ଧାମ ଭାବରେ ବିବେଚନା କରାଯାଏ | ବିଶ୍ୱାସ କରାଯାଏ ଯେ ଶ୍ରୀ ହରି ବିଷ୍ଣୁ ଏଠାରେ ନର-ନାରାୟଣ ରୂପରେ ତପସ୍ୟା କରିଥିଲେ। ଭଗବାନ ବିଷ୍ଣୁଙ୍କ ଏହି ବାସସ୍ଥାନ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଅଲକାନନ୍ଦ ନଦୀ କୂଳରେ ଅବସ୍ଥିତ। ବଦ୍ରିନାଥରେ ଭଗବାନ ବିଷ୍ଣୁଙ୍କୁ 'ବଦ୍ରିନାରାୟଣ' ଭାବରେ ପୂଜା କରାଯାଏ। ଏହି ମନ୍ଦିରରେ ତାଙ୍କର ୩.୩ ଫୁଟ ଉଚ୍ଚର ଶାଳଗ୍ରାମରେ ତିଆରି ଏକ ପ୍ରତିମୂର୍ତ୍ତି ରହିଛି । ବିଶ୍ୱାସ କରାଯାଏ ଯେ ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟ ଏହି ପ୍ରତିମାକୁ ନାରଦ କୁଣ୍ଡରୁ ବାହାର କରି ସ୍ଥାପନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.