ବଦ୍ରୀନାଥ ହାଇୱେରେ ରହି ରହି ହେଉଛି ଭୂସ୍ଖଳନ: କେତେବେଳେ ବି ହୋଇପାରେ ବଡ ଦୁର୍ଘଟଣା

Published By : Prameya-News7 Bureau | October 21, 2021 IST

ଡେରାଡୁନ ୨୧/୧୦ : ଚାର ଧାମ ଯାତ୍ରା ସହ ଜଡିତ ଏକ ଖବର ରହିଛି। ବଦ୍ରୀନାଥ ଯାଉଥିବା ଶ୍ରୀନଗର-ଗଡ଼ବାଲ ହାଇୱେରେ ଯେକୌଣସି ସମୟରେ ବଡ ଧରଣର ଦୁର୍ଘଟଣା ହୋଇପାରେ କାରଣ ଏଠାରେ ରହି ରହି ଭୂସ୍ଖଳନ ହେଉଛି। ଏଠାରେ ଅନେକ ଯାତ୍ରୀ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଫସି ରହିଛନ୍ତି କାରଣ ହାଇୱେ ଯାମ ରହିଛି। ହାଇୱେ ଚଉଡା ହୋଇନଥିବାରୁ ୱାନୱେ ହୋଇଯାଇଛି ଓ ଅନେକ ଗାଡି ଏଠାରେ ଯାମରେ ଫସି ରହିଛି। ଜିଲ୍ଲା ପ୍ରଶାସନ ଦାବି କରିଛି ସକ୍ରିୟ ହାଇୱେକୁ ଖୁବ ଶୀଘ୍ର ଚଉଡା କରାଯିବ।

{"id":530764,"sizeSlug":"full","linkDestination":"none"}

ହାଇୱେ ଯାମରେ ଫସିଥିବା ଜଣେ ଶ୍ରଦ୍ଧାଳୁ କହିଛନ୍ତି ଯେ ହାଇୱେ ଯାମ ହୋଇଥିବାରୁ ଲୋକେ ଅନ୍ୟ ଗାଡିକୁ ଓଭରଟେକ କରିବା ଚକ୍କରରେ ଲେନ ନିୟମ ଭାଙ୍ଗି ଗାଡିଗୁଡିକ ସଂକୀର୍ଣ୍ଣ ରାସ୍ତାରେ ଫସି ଯାଇଛି। ସେ କହିଛନ୍ତି ଯେ ଲୋକେ ବୁଝିବିଚାରି ଯିବା ଆସିବା କରିବା ଉଚିତ। ଗଡ଼ବାଲ ଜିଲ୍ଲା ଅଧିକାରୀ ବିଜୟ କୁମାର ଯୋଗଦଣ୍ଡେ କହିଛନ୍ତି ଯେ ଭୂସ୍ଖଳନ ଯୋଗୁଁ ରାସ୍ତା ଯେତିକି ଖୋଲିବା ଉଚିତ ସେତିକି ଖୋଲି ପାରୁନି। ସେଥିପାଇଁ ଏଠାରେ ୱାନୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

{"id":530765,"sizeSlug":"full","linkDestination":"none"}

ରବିବାରଠୁ ମଙ୍ଗଳବାର ଯାଏଁ ହୋଇଥିବା ବର୍ଷ ବିତ୍ପାତ ଯୋଗୁଁ ଉତ୍ତରାଖଣ୍ଡରେ ଅନେକ ରାଜପଥ ବନ୍ଦ ରହିଛି। ଚମୋଲିରେ ବଦିନାଥ ରାଜପଥ, ଯୋଶୀମଠ ଓ ବଦ୍ରୀନାଥ ମଧ୍ୟରେ ୪ଟି ଜାଗାରେ ରାସ୍ତା ବନ୍ଦ ଅଛି। ବଦ୍ରୀନାଥରେ ଫସି ରହିଥିବା ଯାତ୍ରୀଙ୍କୁ ଏବେ ଆହୁରି ଅପେକ୍ଷା କରିବାକୁ ପଡିପାରେ। ନୈନିତାଲ ହଲ୍ଦୱାନି ରାସ୍ତା ମଧ୍ୟ ବନ୍ଦ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.