Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉତ୍ତରାଖଣ୍ଡରେ ଭୂସ୍ଖଳନ ଯୋଗୁଁ ବଦ୍ରିନାଥ ହାଇଓ୍ବେ ବନ୍ଦ, ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି

17/08/2020 at 10:19 AM

ଡେରାଡୁନ ୧୭।୮: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ପକ୍ଷରୁ ପିଥୌରାଗଡ, ବାଗେଶ୍ବର, ଚମୋଲି ଏବଂ ନୈନିତାଲ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ଦେହରାଡୁନ ଏବଂ ଟିହରି ପାଇଁ ଅରେଞ୍ଜ ଅଲର୍ଟ ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡର ଏହି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୁସ୍ଖଳନ ମଧ୍ୟ ହେବାର ସମ୍ଭାବନା ରହିଛି । ସମତଳ ଅଞ୍ଚଳରେ ଅତି ପ୍ରବଳ ବର୍ଷା ଯୋଗୁଁ ଅବସ୍ଥା ଶୋଚନୀୟ ହୋଇପଡିଛି ।

ଉତ୍ତରାଖଣ୍ଡର ଜୋଶିମଠାରୁ ୧୩ କିଲୋମିଟର ଦୂର ବଲଦୋଡାରେ ପହାଡ ଖସିବା ଯୋଗୁଁ ଏକ କାର୍ ଅଳ୍ପକେ ବର୍ତ୍ତି ଯାଇଛି । କାର୍ ର ଅତି ନିକଟରେ ପଥରଟି ଆସି ଖସିପଡିଥିଲା । ବଦ୍ରିନାଥ ହଇଓ୍ବେରେ ପଥରଖଣ୍ଡ ଖସିବାରୁ ରାସ୍ତା ବନ୍ଦ ହୋଇଯାଇଛି । ରାସ୍ତାରୁ ପଥର ଖଣ୍ଡ ହଟାଇବାର କାମ ଜାରି ରହିଛି ।

ହିମାଚଳପ୍ରଦେଶର ବିଳାସପୁର ଜିଲ୍ଲାର ଉଚ୍ଚ ପାହାଡଗୁଡିକରେ ତିନି ଦିନ ଧରି ବର୍ଷା ଲାଗି ରହିଛି । ବର୍ଯା ଯୋଗୁଁ ବିଶ୍ବ ବିଖ୍ୟାତ ଶକ୍ତିପୀଠ ନୈନା ଦେବୀ ମନ୍ଦିରରେ ପାଣି ପଶିଯାଇଛି । ପ୍ରବଳ ବର୍ଷା ଯୋଗୁଁ ସ୍ଥାନେ ସ୍ଥାନେ ଜଳପ୍ରପାତ ଫାଟି ଯାଉଛି । ପିଡବ୍ଲୁଡି ଭୁସ୍ଖଳନ ଯୋଗୁଁ ରାସ୍ତାରେ ପଡିଥିବା ପଥର ହଟାଇବା କାମ ଜାରି ରଖିଛି । ଏହି ଅଞ୍ଚଳରେ ଶୀତ ଦିନ ଭଳି ଘନ କୁହୁଡି ସୃଷ୍ଟି ହୋଇଥିଲା । ଯାହା ଫଳରେ ଗାଡି ଚାଳକ ଦିନରେ ଲାଇଟ୍ ଲଗାଇ ଗାଡି ଚଳାଉଥିବା ଦେଖିବାକୁ ମିଳିଥିଲା ।

   Related Posts