Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ମେ ୧୫ ତାରିଖରେ ଖୋଲିବ ବଦ୍ରୀନାଥ ଧାମ : ଶ୍ରଦ୍ଧାଳୁଙ୍କୁ ନୋଏଣ୍ଟ୍ରି

11/05/2020 at 3:39 PM

ଗଙ୍ଗୋତ୍ରୀ ୧୧/୦୫ : ବଦ୍ରୀନାଥ ଧାମ ମନ୍ଦିର କବାଟ ମେ ୧୫ ତାରିଖରେ ଖୋଲିବାର ଅଛି | ଏଥିପାଇଁ ପ୍ରଶାସନ ମନ୍ଦିର ରାୱଲଙ୍କ ସମେତ କେବଳ ୨୭ ଜଣଙ୍କୁ ସେଠାକୁ ଯିବାକୁ ଅନୁମତି ଦେଇଛନ୍ତି | ଲକ ଡାଉନ ଯୋଗୁଁ ପ୍ରଶାସନ ଏହିଭଳି ନିଷ୍ପତ୍ତି ନେଇଛନ୍ତି | ଏହି ସମୟରେ ସାମାଜିକ ଦୂରତାକୁ ଦୃଷ୍ଟି ରଖି ନିୟମ ପାଳନ କରାଯିବ | ଯୋଶୀ ମଠର ଜିଲ୍ଲା ଅଧିକାରୀ ଅନିଲ ଚନ୍ୟାଲ ସୂଚନା ଦେଇଛନ୍ତି ଯେ, କରୋନା ସଂକ୍ରମଣ ଯୋଗୁଁ ପୁରା ଦେଶ ଲକ ଡାଉନ ରହିଛି | ସଂକ୍ରମଣ ବିପଦ ଯୋଗୁଁ ଭାରତ ସରକାରଙ୍କ ଗାଇଡଲାଇନ ଅନୁସାରେ ନିଷ୍ପତ୍ତି ନିଆଯାଇଛି | କବାଟ ଖୋଲିବା ସମୟରେ ସାମାଜିକ ଦୂରତା ପାଳନ କରାଯିବ ବୋଲି ସେ କହିଛନ୍ତି |  

ବଦ୍ରୀନାଥରେ ବିଜୁଳି ପାଣି ଛଡା ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଛି | ଏହି ସମୟରେ କୌଣସି ଭିଆଇପି ଏବଂ ଶ୍ରଦ୍ଧାଳୁଙ୍କୁ ଆସିବାକୁ ଅନୁମତି ମିଳିନାହିଁ |

ମନ୍ଦିର କବାଟ ଖୋଲିବା ସମୟରେ ମୁଖ୍ୟ ପୂଜାରୀ, ରାୱଲ, ଣୟବ ରାୱଲ, ଉଚ୍ଚପଦସ୍ଥ ଅଧିକାରୀ, ବଡବା ପୂଜାରୀ, ଲକ୍ଷ୍ମୀ ମନ୍ଦିର ପୂଜାରୀ, ପ୍ରସାଦ ସେବା ଓ ମନ୍ଦିର ସହ ଜଡିତ କର୍ମଚାରୀ ଉପସ୍ଥିତ ରହିବେ | ଜିଲ୍ଲା ସ୍ଥରୀୟ ଅଧିକାରୀ ମଧ୍ୟ ବଦ୍ରୀନାଥ ଆସିବେନାହିଁ ବୋଲି ଅଧିକାରୀ କହିଛନ୍ତି | ଦେବସ୍ଥାନମ ବୋର୍ଡର ମିଡ଼ିଆ ପ୍ରଭାରୀ ହରିଶ ଗୌଡ଼ ସୂଚନା ଦେଇଛନ୍ତି ଯେ, ମେ ୧୩ ତାରିଖରେ ରାୱଲ ଈଶ୍ୱରୀ ପ୍ରସାଦଙ୍କ ସହିତ ଅନ୍ୟ ଲୋକ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗଡ୍ଡୀ ସହ ଯୋଶୀମଠରୁ ପୋଣ୍ଡୁକେଶ୍ୱର ବାହାରିବେ | 

ଉତ୍ତରାଖଣ୍ଡରେ ସ୍ଥିତ ହିନ୍ଦୁମାନଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ବାବା କେଦାରନାଥ ଧାମଙ୍କ ମଧ୍ୟ କବାଟ ଖୋଲି ସାରିଛି | କେବଳ ପରମ୍ପରା ନିର୍ବାହ କରିବା ପାଇଁ ପୂଜା କରିବାକୁ ପ୍ରଶାସନ ଅନୁମତି ଦେଇଥିଲା | ଲକ ଡାଉନ ଯୋଗୁଁ କୌଣସି ଭକ୍ତ ବା ଶ୍ରଦ୍ଧାଳୁଙ୍କୁ କେଦାରନାଥ ଯିବାକୁ ଅନୁମତି ମିଳିନାହିଁ |

କରୋନା ସାରା ବିଶ୍ୱରେ ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି | ସେଥିପାଇଁ ସମସ୍ତ ଧାର୍ମିକ ସ୍ଥଳ ଯଥା ମନ୍ଦିର, ମସଜିଦ, ଚର୍ଚ୍ଚ ବନ୍ଦ ରହିଛି | କୌଣସି ଜାଗାରେ ଭିଡ ନ କରିବାକୁ ପ୍ରଶାସନ ଲଗାତାର ଜନତାଙ୍କୁ ଅପିଲ କରୁଛି |

   Related Posts