ବ୍ରହ୍ମ ମୂହୁର୍ତ୍ତରେ ଖୋଲିଲା ବଦ୍ରୀନାଥଙ୍କ ଦ୍ୱାର : ବିନା ଭକ୍ତରେ ଫୁଲରେ ଝଟକୁଛି ମନ୍ଦିର ସମ୍ମୁଖ

Published By : Prameya-News7 Bureau | May 18, 2021 IST

ଉତ୍ତରାଖଣ୍ଡ ୧୮/୫ : ଦୀର୍ଘ ୬ ମାସ ପରେ ଖୋଲିଛି ବଦ୍ରୀନାଥ ଧାମ । ଚାମୋଲିରେ ଅବସ୍ଥିତ ପ୍ରଭୁ ବଦ୍ରିନାଥଙ୍କ ଦ୍ୱାର ମଙ୍ଗଳବାର ସକାଳ ୪.୩୦ ଅର୍ଥାତ୍ ବ୍ରହ୍ମ ମୂହୂର୍ତ୍ତରେ ବିନା ଭକ୍ତରେ ଖୋଲିଛି । କୋଭିଡ ଗାଇଡଲାଇନ ମାନି ନିୟମ ଅନୁସରଣ କରି, ମନ୍ଦିର କବାଟ ଖୋଲିଥିଲା । କେବଳ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଖୋଲିଥିଲା ବାବାଙ୍କ ଦ୍ୱାର । ତେବେ କେଦାରାନାଥଙ୍କ ଭଳି ଏଠି ମଧ୍ୟ ଭକ୍ତଙ୍କୁ ବାରଣ କରାଯାଇଛି । ତେବେ ଏହା ପୂର୍ବରୁ ମନ୍ଦିରକୁ ଅତି ସୁନ୍ଦର ଭାବେ ସଜାଯାଇଛି ।

wp:html /wp:html

ଏହାପୂର୍ବରୁ ମେ ୧୪ରେ ଯମୁନୋତ୍ରୀଙ୍କ ଦ୍ୱାର ଏବଂ ମେ ୧୫ରେ ଗଙ୍ଗୋତ୍ରୀଙ୍କ ଦ୍ୱାର ଖୋଲିବା ସମୟରେ ସମାନ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଉତ୍ତରାଖଣ୍ଡର ଗରୱାଲ୍ ହିମାଳୟର ଚାରିଧାମ ନାମରେ ଜଣାଶୁଣା ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରି ଏବଂ ଯମୁନୋତ୍ରୀ ୬ମାସର ଶୀତ ଛୁଟି ପରେ ପ୍ରତିବର୍ଷ ଏପ୍ରିଲ-ମେ ମାସରେ ଭକ୍ତମାନଙ୍କ ପାଇଁ ଖୋଲା ଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.