Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ମେ ୧୦ରୁ ଖୋଲିବ ବଦ୍ରିନାଥଙ୍କ କବାଟ, କେଦାରନାଥରେ ପୁଣି ଜମିବ ଭକ୍ତଙ୍କ ଭିଡ

27/04/2019 at 6:40 PM

ଡେରାଡୁନ  ୨୭।୪: ଦେଶର ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ କେଦାରନାଥ ଧାମ କବାଟ ମେ ୯ ତାରିଖ ସକାଳ ୫ଟା ୩୫ ମିନିଟରେ ଖୋଲିବ । ଏହା ସହିତ ୪ ଧାମ ଯାତ୍ରାର ତାରିଖ ଓ ସମୟ ମଧ୍ୟ ଘୋଷଣା ହୋଇଯାଇଥିବା ବେଳେ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।  ତେବେ ବଦ୍ରିନାଥଙ୍କ ମନ୍ଦିର କବାଟ ମେ ୧୦ ତାରିଖରେ ଖୋଲିବ ବୋଲି ଜଣାପଡିଛି । ଏଥିପାଇଁ ଓଁକାରେଶ୍ବର ମନ୍ଦିରରେ ବଦ୍ରି-କେଦାର ମନ୍ଦିର ସମିତି ପଦାଧିକାରୀ ଓ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଜ୍ୟୋତିଷିୟ ଗଣନାରୁ ଶୁଭ ମୂହୁର୍ତ୍ତ ନିର୍ଦ୍ଧାରିତ ହୋଇଥିଲା।  

ଚାରଧାମ ଯାତ୍ରା ପାଇଁ ପ୍ରସ୍ତୁତି ସ୍ବରୂପ ଚାମୋଲିସ୍ଥିତ ବଦ୍ରିନାଥ ଥାନା ଆଇଆଇସି ସତ୍ୟେନ୍ଦ୍ର ନେଗୀ ୧୩ଜଣ ଜବାନଙ୍କ ସହ ଥାନାରେ ପହଞ୍ଚିଛନ୍ତି । ତୀର୍ଥଯାତ୍ରା ଆରମ୍ଭ ହେବା ପୂର୍ବରୁ ଥାନା ଅଧିକାରୀ ସୁରକ୍ଷା ବ୍ୟବସ୍ଥା, ବାହନ ପାର୍କିଂ ଓ ଯାତ୍ରୀଙ୍କ ଯିବା ଆସିବା ରାସ୍ତାର ଯୋଜନା ପ୍ରସ୍ତୁତ କରିବା ସହ କାର୍ଯ୍ୟକାରୀ କରିବେ। ତେବେ ତୀର୍ଥଯାତ୍ରା ଆରମ୍ଭ ହେବା ପୂର୍ବରୁ ଥାନା ପରିସରର ପରିସ୍କାର ପରିଛନ୍ନତା, ପାର୍କିଂ ସ୍ଥଳ ମାର୍କିଂ ପ୍ରଥମେ କରାଯିବ ବୋଲି କହିଛନ୍ତି ଆଇଆଇସି ନେଗୀ । ମନ୍ଦିରର କବାଟ ଖୋଲିବା ପାଇଁ ଆସନ୍ତା ମେ ୬ ତାରିଖ ଦିନ ଓଁକାରେଶ୍ବର ମନ୍ଦିରରେ ଭୈରବନାଥଙ୍କ ପୂଜା ଅନୁଷ୍ଠିତ ହେବ। ପୂଜା ପରେ ଉତ୍ସବ ଡୋଲି କେଦାରନାଥ ପ୍ରସ୍ଥାନ କରିବେ।

ସେପଟେ ବର୍ଷକରେ ଥରଟି ହେଉଥିବା ଅମର ନାଥ ଯାତ୍ରା ପାଇଁ ମେ ୧ ତାରିଖରୁ ହେଲିକପ୍ଟର ବୁକିଂ ଆରମ୍ଭ ହେବ। ଏହି ସୂଚନା ଦେଇଛନ୍ତି ଅମରନାଥ ଶ୍ରାଇନ ବୋର୍ଡ । ଜୁଲାଇ ମାସରୁ ହେବାକୁ ଥିବା ଏହି ଯାତ୍ରା ନିମନ୍ତେ ୧ ମେ ପୂର୍ବାହ୍ନ ୧୦ଟାରୁ ଏଥିପାଇଁ ଅନ-ଲାଇନ ବୁକିଂ ଆରମ୍ଭ ହେବ। ଏହି ଯାତ୍ରା ୧୫ ଅଗଷ୍ଟ ଶ୍ରାବଣ ପୂର୍ଣ୍ଣିମାରେ ଶେଷ ହେବ ବୋଲି ବୋର୍ଡ ସୂଚନା ଦେଇଛନ୍ତି ।

   Related Posts