ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ ପ୍ରସଙ୍ଗ ; ବ୍ୟବସ୍ଥା ହେଲେ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ହେବ କହିଲେ ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | December 22, 2018 IST

ଭୁବନେଶ୍ବର ୨୨|୧୨: ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ କରିବା ସପକ୍ଷରେ ମତ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ଆଜି ମାଧ୍ୟମିକ ଶିକ୍ଷା ପରିଷଦର ୬୪ ତମ ପ୍ରତିଷ୍ଠା ଦିବସରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ ହେଲେ ପିଲା ମାନଙ୍କ ମୂଲ୍ୟାଙ୍କନ ସହ ଶିକ୍ଷକମାନଙ୍କ ଦକ୍ଷତାର ମଧ୍ୟ ମୂଲ୍ୟାଙ୍କନ ହୋଇପାରିବ । ତେଣୁ ଶିକ୍ଷାର ଗୁଣବତ୍ତା ବଢାଇବା ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ପେଲ୍ ବ୍ୟବସ୍ଥା ଲାଗୁ ହେବା ଜରୁରି ବୋଲି କହିଛନ୍ତି ମନ୍ତ୍ରୀ । ସେହିପରି ମାଟ୍ରିକ୍ ପରୀକ୍ଷାରେ ଆଗକୁ ଆହୁରି ସଂସ୍କାର ଅଣାଯିବ ଓ କେବଳ ଅଧିକ ପିଲା ମାଟ୍ରିକ୍ ପାସ୍ କରିବା ଲକ୍ଷରେ ପରୀକ୍ଷା କରାଯିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ କହିବା ଅନୁସାରେ କିପରି ଭଲ ପିଲା ପାସ୍ କରି ଉଚ୍ଚ ଶିକ୍ଷା ପାଇଁ ଯିବେ ଓ ଭବିଷ୍ୟତରେ ଭଲ କରିବେ , ତାକୁ ନଜରେର ରଖି ମାଟ୍ରିକ୍ ସଂସ୍କାର ପ୍ରକ୍ରିୟା ଚାଲୁ ରହିବ । ଆଜି ମାଧ୍ୟମିକ ଶିକ୍ଷା ପରିଷଦର ୬୪ ତମ ପ୍ରତିଷ୍ଠା ଦିବସରେ ମନ୍ତ୍ରୀ ଯୋଗ ଦେଇଥିବା ବେଳେ ବୋର୍ଡ ସଭାପତି ଜାହାନ ଆରା ବେଗମ୍, ପରୀକ୍ଷା ନିୟନ୍ତ୍ରକ ନିହାର ରଞନ ମହାନ୍ତି ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.