Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

କଂଗ୍ରେସ ବିଧାୟକଙ୍କ ଦଳ ଡିଆଁ: ନିରଂଜନଙ୍କ କଟା ଘା’ରେ ଚୂନ ମାରିଲେ ବଦ୍ରୀ, ମଲମ ଲଗାଇଲେ ପ୍ରଫୁଲ୍ଲ ମାଝୀ, ବିଜେପି ଖାଉଛି ମୁଆଁ

19/01/2019 at 7:13 PM

ଭୁବନେଶ୍ବର ୧୯|୧: ରାଜ୍ୟ କଂଗ୍ରେସ ମ୍ୟାଟରରେ ମୁଣ୍ଡ ପୁରାଇଲେ ମନ୍ତ୍ରୀ ବଦ୍ରି ପାତ୍ର । ମନ୍ତ୍ରୀଙ୍କ ଟାର୍ଗେଟ୍‌ରେ ଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଗୋଟେପଟେ ଜଣକ ପରେ ଜଣେ ଦଳୀୟ ବିଧାୟକ କଂଗ୍ରେସ ମୁଖିଆଙ୍କ ଟେନ୍‌ସନ ବଢ଼ାଇଥିବା ବେଳେ କଟା ଘା’ରେ ଚୂନ ମାରିଛନ୍ତି ବଦ୍ରୀପାତ୍ର । ଯାହାର ଜବାବ୍‌ ଦେଇଛନ୍ତି ନିରଞ୍ଜନ । ସେପଟେ କିନ୍ତୁ ଦଳଡିଆଁ ଚର୍ଚ୍ଚାରେ ଫଶିଥିବା କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ଆଜିର ମନ୍ତବ୍ୟ ନିରଞ୍ଜନଙ୍କ ଜଖମରେ ମଲମ ଲଗାଇଛି । ସେପଟେ ବିଜେଡି ଜାହାଜରେ କଂଗ୍ରେସ ନେତାଙ୍କ ସବାରିକୁ ଦେଖି ବାଣ ମାରିଛି ବିଜେପି । …..

ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ଟାର୍ଗେଟ୍‌ରେ ଥିଲେ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ । ଯେତେବେଳେ କଂଗ୍ରେସର ଜଣକ ପରେ ଜଣେ ବିଧାୟକ ଦଳକୁ ବାଏ ବାଏ କରୁଛନ୍ତି, ନିର୍ବାଚନ ବର୍ଷରେ କଂଗ୍ରେସର ଟେନ୍‌ସନ୍‌ ବଢ଼ିଛି, ଠିକ୍‌ ସେତିକି ବେଳେ ମଉକା ଦେଖି କଟା ଘା’ରେ ଚୂନ ମାରିବାକୁ ଚାହିଁଛନ୍ତି ମନ୍ତ୍ରୀ ବଦ୍ରୀ ପାତ୍ର । ମାନେ କଂଗ୍ରେସ ମ୍ୟାଟରରେ ମୁଣ୍ଡ ପୁରାଇଛନ୍ତି ମନ୍ତ୍ରୀ ।କଂଗ୍ରେସ ଉପରେ ପୁରୁଣା ରାଗ ସୁଝାଇବାକୁ ଯାଇ ଖୋଦ୍‌ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେକୁ ଭାଙ୍ଗିବାକୁ ଚେଷ୍ଟାରେ ଅଛନ୍ତି କହି ତୀର ମାରିଛନ୍ତି । ଅବଶ୍ୟ ବଦ୍ରୀଙ୍କ ତୀରର ଡିଫେନ୍‌ସ ମୁଡ୍‌ରେ ଜବାବ୍‌ ରଖିବାକୁ ଚାହିଁଛନ୍ତି ନିରଞ୍ଜନ ।

ବଦ୍ରୀ-ନିରଞ୍ଜନ ବାକ୍‌ଯୁଦ୍ଧ ଚାଲିଥିବା ବେଳେ ସଭାପତିଙ୍କ ଟେନ୍‌ସନ୍‌ ହାଲକା କରିବାକୁ ସାମ୍ନାକୁ ଆସିଛନ୍ତି କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି । ଦଳଡିଆଁ ନେତାଙ୍କ ଆଦର୍ଶକୁ ସମାଲୋଚନା କରିବା ସହ ସଭାପତିଙ୍କ ସପୋର୍ଟରେ ଦିପଦ କହି ନିରଞ୍ଜନଙ୍କ ମନ ପ୍ରଫୁଲ୍ଲ କରିବାକୁ ଚେଷ୍ଟା କରିଛନ୍ତି ।

ଏପଟେ କଂଗ୍ରେସର ଅବସ୍ଥା ଦେଖି ବିଜେପି ନେତା ଭାରି ଖୁସି । ସେମାନଙ୍କ ମତରେ  ବିଜେଡି ଜାହାଜରେ  କଂଗ୍ରେସ ନେତାଙ୍କ ସବାରି ଫଳରେ ଜାହାଜ ବୁଡ଼ିବ । ଆଉ ବିଜେଡି ଜାହାଜ ବୁଡ଼ିଲେ ଫାଇଦା ପାଇବ ବିଜେପି ।

ନିର୍ବାଚନ ବର୍ଷରେ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ହଲଚଲ ପରସ୍ପରକୁ ଆଙ୍ଗୁଠି ଦେଖାଇବାକୁ ସୁଯୋଗ ଦେଇଛି । ଏଭଳି ପରିସ୍ଥିତିରେ ଓଡ଼ିଶା ଭୋଟର କାହାକୁ ଆଙ୍ଗୁଠି ଦେଖାଉଛନ୍ତି ତାହା ଆଉ କିଛି ମାସ ପରେ ହୁଏତ ସ୍ପଷ୍ଟ ହୋଇଯିବ । କାହାର ଜାହାଜ ଭାସିବ ଆଉ କିଏ ବୁଡ଼ିବ ସେସବୁ କିଛି କ୍ଲିୟର ହୋଇଯିବ ।

ଭୁବନେଶ୍ବରରର କ୍ୟାମେରା ପର୍ସନ ଗୁଣ୍ଡିଚା ଏବଂ ପ୍ରସନ୍ନଙ୍କ ସହ କିଷନ ବରାଇ ଏବଂ ଲକ୍ଷ୍ମୀଧର ମହାପାତ୍ର, ନ୍ୟୁଜସେଭେନ୍।    

   Related Posts