ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଗାଡି ଉପରକୁ ଢେଲା ମାଡ ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ସମର୍ଥକ

Published By : Prameya-News7 Bureau | September 17, 2018 IST

ଘଟଗାଁ ୧୭/୯ : ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଗାଡି ଉପରକୁ ଢେଲାମାଡ ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ସମର୍ଥକ । ଆଜି ସକାଳୁ ଘସିପୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରାସ୍ତାରେକ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଶହ ଶହ ସମର୍ଥକମାନେ ଘଟଗାଁ ଠାରେ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ସେହିପରି ପଣ୍ଡାପଡାରେ ନରଣପୁର-ଚଣ୍ଡିଖୋଲ ଏକ୍ସପ୍ରେସ ହାଇୱେକୁ ଅବରୋଧ କରିଥିବା ବେଳେ ଘଟଗାଁ ଥାନା ଘେରାଉ କରିଛନ୍ତି ବିକ୍ଷୋଭକାରୀ । ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରିଛନ୍ତି ବିଜେଡି କର୍ମୀ । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେପଟେ ରାମଚନ୍ଦ୍ରପୁର ଥାନା ଜର୍ଦ୍ଦା ଛକଠାରେ ଶହ ଶହ ସମର୍ଥକ ରାସ୍ତାରେ ଧାରଣାରେ ବସିଛନ୍ତି । ଫଳରେ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତକାଲି ଘସିପୁରା ଥାନା ବେବାହାଳି ବଜାରରେ ଗଣେଶ ମେଢ ପ୍ରସେସନ ଚାଲିଥିବା ବେଳେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗାଡି ଉପରକୁ ଢେଲା ମାଡ କରିଥିଲେ ଦୁର୍ବୃତ୍ତ । ଢେଲାମାଡରେ ମନ୍ତ୍ରୀଙ୍କ ଗାଡିର ପଛ କାଚ ଭାଙ୍ଗିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.