Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହଟ୍ ସିଟ୍ ଘସିପୁରା ହେବ ପାୱାର ପ୍ଲେ, ବଦ୍ରୀ-ନିରଞ୍ଜନ ମୁହାଁ ମୁହିଁ: ବୁଥ ରିଗିଂ ଆଶଙ୍କା ନେଇ ନିର୍ବାଚନ କମିଶନ ଦ୍ବାରସ୍ଥ ହେଲେ ବିଜେପି ଓ କଂଗ୍ରେସ

20/04/2019 at 5:54 PM

ଭୁବନେଶ୍ବର୨୦|୪: ଆସନ୍ତା ଦୁଇଦିନ ପରେ ଅର୍ଥାତ ୨୩ ତାରିଖରେ ହେବ ତୃତୀୟ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ।  ସବୁ ରାଜନୈତିକ ଦଳଙ୍କ  ଟାର୍ଗେଟରେ ଏବେ ଘସିପୁରା ନିର୍ବାଚନ ମଣ୍ଡଳୀ । ଏବେ ବୁଥ ଟାମ୍ପରିଂ ହେବାର ଆଶଙ୍କା କରି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି କଂଗ୍ରେସ ଓ ବିଜେପି । କାରଣ ସମ୍ମାନ ପାଇଁ କଂଗ୍ରେସ  ଲଢ଼ୁଥିବା ବେଳେ ଟାର୍ଗେଟରେ ରହିଛି କେନ୍ଦୁଝର ଲୋକସଭା ଆସନ । ଯେଉଁଥିପାଇଁ ଘସିପୁରାକୁ ନେଇ ଜୋର ଧରିଛି ହଟଚମଟ…

  ହଟ ସିଟରେ ଘସିପୁରା । ଫାଇଟ ହେଉଛି ବଦ୍ରି-ନିରଞ୍ଜନ ।ଘସିପୁରାରେ ହେଉଛି ପାୱାର ପ୍ଲେ। କାହାର କେତେ ଦମ।  ସବୁ ରାଜନୈତିକ ଦଳର ଟାର୍ଗେଟ ଏବେ ଘସିପୁରା ବିଧାସଭା ନିର୍ବାଚନ ମଣ୍ଡଳୀ  । ଗୋଟିଏ ପଟେ ପ୍ରଚାର ମୈଦାନ ଦୁଲୁକୁଥିବା ବେଳେ ବୁଥ ରିଗିଂ ଆଶଙ୍କାକୁ ନେଇ ନିର୍ବାଚନ କମିଶନ ଦ୍ବାରସ୍ଥ ହୋଇଛନ୍ତି ବିଜେପି ଓ କଂଗ୍ରେସ ।

 କଂଗ୍ରେସ ଆଭିଯୋଗ କରିଛି ଯେ ଘସିପୁରାରେ ବୁଥ ରିଗିଂ କରିବା ପାଇଁ ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ର  ଏବଂ ତାଙ୍କ ପୁଅ ଯୋଜନା କରିଛନ୍ତି । ଏପଟେ ବିଜେପି ବି ସମାନ ଅଭିଯୋଗ କରିଛି  । ତେଣୁ ଅତି ସମ୍ବେଦନ ଶୀଳ ବୁଥ ଗୁଡିକରେ ସିସି ଟିଭି କ୍ୟାମେରା ଲାଗାଇବା ସହ ସିଆରପିଏଫ ନିଯୁକ୍ତି କରିବାକୁ ଦାବି କରିଛି ବିଜେପି । ଏହା ସହ ଯେଉଁ ମାନଙ୍କ ନାମରେ ହତ୍ୟା ଭଳି ମାମଲା ଆଛି ତାଙ୍କୁ ପୋଲିସ ତୁରନ୍ତ ଗିରିଫ କରିବାକୁ ଦାବି କରିଛି ବିଜେପି।

ଘସିପୁରାରୁ ଲଗାତର ଭାବେ ଜିତି ଆସୁଛନ୍ତି ବଦ୍ରି ପାତ୍ର । ତେଣୁ ଏଥର ଯଦି ସେମିତି ହୁଏ ତାହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଣି ପରାଜୟର ସାମ୍ନା କରିବେ।  ଏପଟେ ବିଜେପି ନଜରରେ ରହିଛି ଘସିପୁରା। ଘଷିପୁରାରେ ପୂର୍ବ ନିର୍ବାଚନ ଭଳି ବଡ ବ୍ୟବଧାନରେ ବିଜେଡି ଯଦି ଜିତିବ ତାହେଲେ ସିଧାସଳଖ ଏହାର ପ୍ରଭାବ ଲୋକସଭା ଆସନ ଉପରେ ପଡିବ। ଯାହାକୁ ନେଇ ଦୁଇ ଦଳ ବଦ୍ରୀ ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି।

ସେପଟେ କଂଗ୍ରେସ ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଘସିପୁରା ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି । ପୂର୍ବରୁ ଘସିପୁରାରେ ରାଜନୈତିକ କାରଣରୁ ହିଂସାକାଣ୍ଡ ଦେଖାଦେଇଛି। ତେଣୁ ଏଥର ନିର୍ବାଚନ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ।

   Related Posts